ଅପରାଧଓଡ଼ିଶା ଖବରନ୍ୟୁଜ୍

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ରାସ୍ତାରୁ ଟେକି ନେଇ ଗଣଦୁଷ୍କର୍ମ

ମୟୁରଭଞ୍ଜ ଜିଲ୍ଲାରେ ଲଜ୍ଜା । ଦିବ୍ୟାଙ୍ଗ ନାବାଳିକା ଛାତ୍ରୀ ଦୁର୍ବଳତାର ଫାଇଦା ଉଠାଇଲେ ଦୁର୍ବୃତ୍ତ । ସ୍କୁଲରୁ ଫେରିବା ବେଳେ ରାସ୍ତାରୁ ଅପହରଣ କରି ଏକ ପରିତ୍ୟକ୍ତ ସ୍ଥାନରେ ଗଣଦୁଷ୍କର୍ମ କଲେ କିଛି ଯୁବକ । ୭ ଦିନ ପରେ ପୀଡିତାଙ୍କୁ ଉଦ୍ଧାର କରିଛି ପୋଲିସ ।

ଖବର ଅନୁଯାୟୀ, ଯଶୀପୁର ଅଞ୍ଚଳର ଜଣେ ଦଶମ ଶ୍ରେଣୀର ଦିବ୍ୟାଙ୍ଗ ନାବାଳିକା ଛାତ୍ରୀ ବିଦ୍ୟାଳୟରୁ ଘରକୁ ଫେରୁଥିଲେ । ଠିକ୍‌ ଏହି ସମୟରେ କିଛି ଯୁବକ ନାବାଳିକାଙ୍କୁ ଜୋର ଜବରଦସ୍ତ ରାସ୍ତାରୁ ଉଠାଇ ବାଇକ ଯୋଗେ ଶିମିଳିପାଳ ରାସ୍ତାରେ ଥିବା ଘୋଡାଘାଗରୀ ଅଞ୍ଚଳକୁ ନେଇଯାଇଥିଲା । ପୂର୍ବରୁ ସେଠାରେ ଯୋଜନା ମୁତାବକ ଅନ୍ୟ ଏକ ଅଭିଯୁକ୍ତ ଛପି ରହିଥିଲା । ଏହାପରେ ନାବାଳିକାକୁ ଅପହରଣ କରିଥିବା ଯୁବକ ଆଉ ଜଣଙ୍କୁ ଫୋନ କରି ସେଠାକୁ ଡାକିଥିଲା । ତାପରେ ତିନିଜଣ ମିଶି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲା । ଗତ ମାର୍ଚ୍ଚ ୩୦ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ଏକ ପରିତ୍ୟକ୍ତ ଗୃହରେ ହାତଗୋଡ଼ ବାନ୍ଧି ରଖି ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ । ଶେଷରେ ନାବାଳିକାକୁ ବାଡେଇ ପିଟି ତାକୁ ଘରୁ ବାହାର କରିଦେଇଥିଲା ।

ସେପଟେ ଝିଅର ପତ୍ତାନପାଇ ବାପା-ମାଆ ସମସ୍ୟ ସମ୍ପର୍କୀୟଙ୍କ ଘରେ ଖୋଜାଖୋଜି କରିଥିଲେ । କିନ୍ତୁ କୌଣସି ସନ୍ଧାନ ମିଳିନଥିଲା । ଶେଷରେ ଗତ ୩ ତାରିଖ ଦିନ ଯଶୀପୁର ଥାନାରେ ଝିଅର ନିଖୋଜ ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ପୋଲିସ ଅଭିଯୋଗ ପାଇ ଚୁପ୍‌ ବସିଥିଲା । ଶେଷରେ ବିଭିନ୍ନ ପ୍ରକାର ଚାପରେ ପଡି ଯଶୀପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଯଶୀପୁର କୋର୍ଟରେ ଦିବ୍ୟାଙ୍ଗ ନାବାଳିକାର ବୟାନ ରେକର୍ଡ କରାଯାଇଛି । ଏବେ ସୁଦ୍ଧା ଅଭିଯୁକ୍ତମାନେ ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।

Related posts

ଭିଜିଲାନ୍ସ ଜାଲରେ ଡାକ୍ତର ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ ପାଇଁ ୧୧ ହଜାର ଲାଞ୍ଚ

Odisha Halchal

ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

Odisha Halchal

ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ ପାର୍ଥ: ଅର୍ପିତା

Odisha Halchal

Leave a Comment