ଓଡ଼ିଶା ଖବରନ୍ୟୁଜ୍

ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା

ହାଇସ୍କୁଲ ପଡିଆରେ ନିଯୁକ୍ତି ମେଳା

ରାୟଗଡ:-(ରିପୋର୍ଟ- ପ୍ରସାଦ ସାହୁକାର)ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ, ଓଡିଶା,ଭୁବନେଶ୍ୱର ତଥା ଜିଲ୍ଲା ପ୍ରଶାସନ, ରାୟଗଡ ତରଫ ରୁ  ଜି. ସି. ଡ଼ି. ହାଇସ୍କୁଲ ପଡିଆ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି l ଏହି ନିଯୁକ୍ତି ମେଳାକୁ ରାୟଗଡ ଜିଲ୍ଲା ପାଳ ସ୍ୱଧା ଦେଵ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଉଦ୍ଘାଟନ କରିଥିଲେ ଏବଂ ନିଜର ବକ୍ତବ୍ୟରେ କାର୍ମନିଯୁକ୍ତି ନିମନ୍ତେ ଆସିଥିବା ପ୍ରତ୍ୟାଶି ମାନଙ୍କୁ ଉତ୍ସାହିତ କରିଥିଲେ l

ଏଥିରେ ଜିଲ୍ଲା ନିୟୋଜନ ଅଧିକାରୀ ତତ୍ତ୍ୱମସି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଜିଲ୍ଲା ପ୍ରଶିକ୍ଷଣ ପ୍ରତିଷ୍ଠାନ ଅଧ୍ୟକ୍ଷ ଅତୁଲ କୁମାର ପଣ୍ଡା, ଓରମାସ ଅତିରିକ୍ତ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର ଆଦି ଯୋଗଦାନ କରି ଯୁବକଯୁବତୀଙ୍କୁ ମାର୍ଗଦର୍ଶନ କରିଥିଲେ l ଏହି ନିଯୁକ୍ତି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ବିଭିନ୍ନ କମ୍ପାନୀ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ୧୩ଜଣ ଓ ୧୬ଜଣ ନିଯୁକ୍ତି ଦାତା ଯୋଗଦାନ କରି କାଉନସେଲିଂ କରିଥିଲେ l ଏହି ମେଳାକୁ ଅନ୍ୟୁନ ୫ମଶ୍ରେଣୀ -ଦଶମଶ୍ରେଣୀ,+୨,+୩, ITI, Diploma, ANM/GNM ଇତ୍ୟାଦି ପାସଧାରୀ ବେରୋଜଗାର ଯୁବକ / ଯୁବତୀ ମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ବାସିନ୍ଦା ପ୍ରମାଣ ପତ୍ର, ଜାତି ପ୍ରମାଣ ପତ୍ର ଓ ପାସପୋର୍ଟ ସାଇଜର ଫୋଟୋଗ୍ରାଫ ସହିତ ଉକ୍ତ ନିଯୁକ୍ତି ମେଳାରେ ଯୋଗଦେଇଥିଲେ l

ଆଜିର ମେଳାରେ ୧୧୧୦ଜଣ ଯୁବକ ଯୁବତୀ ଯୋଗଦେଇଥବା ବେଳେ ସେମାନଙ୍କ ମଧ୍ୟରୁ ୬୭୯ ଜଣକୁ ଚୟନ କରାଯାଇଛି l ସେମାନଙ୍କ ମଧ୍ୟରୁ ସିଧାସଳଖ 247 ଙ୍କୁ ନିଯୁକ୍ତି ସଂସ୍ଥା ତରଫରୁ ଚୟନ କରାଯାଇଛି l କେତେକଙ୍କୁ ତାଲିମ ପ୍ରଦାନ କରାଯିବା ନିମନ୍ତେ ଚୟନ କରାଯିବ l    ଆସନ୍ତା ତା. ୨୦ .୧୨.୨୦୨୨  ରିଖ (ମଙ୍ଗଳବାର), ଚଇତି ପେଣ୍ଡାଲ, ନୂଆ ବସଷ୍ଟାଣ୍ଡ, ଗୁଣପୁର ଠାରେ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି l ଏହି ନିଯୁକ୍ତି ମେଳାରେ 16ଟି  କମ୍ପାନୀରେ ସିଧାସଳଖ ନିଯୁକ୍ତିର ବ୍ୟବସ୍ତା ଥିବାବେଳେ 13 ଟି କମ୍ପାନୀ ନିଯୁକ୍ତି ଭିତ୍ତିକ ତାଲିମ ପରେ ନିଯୁକ୍ତି ପ୍ରଦାନ ପାଇଁ ଅଙ୍ଗୀକାରବଦ୍ଧ |

Related posts

ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍‌ ଲାଇନ୍‌ରୁ ମା’ପୁଅଙ୍କୁ ଉଠାଇନେଲା ପୁଲିସ

Odisha Halchal

ମହାପ୍ରଭୁଙ୍କ ସ୍ନାନଯାତ୍ରା ଓ ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୪ଟାରୁ ପହଣ୍ଡି, ୧୨ଟା ୧୫ରେ ଛେରା ପହଁରା

Odisha Halchal

ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ

Odisha Halchal

Leave a Comment