ଓଡ଼ିଶା ଖବରନ୍ୟୁଜ୍

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାର୍ଷିକ ଉତ୍ସବ

ବଲାଙ୍ଗୀର:-(ରିପୋର୍ଟ :-ସୁନ୍ଦର ସାହୁ ) ଜିଲ୍ଲାର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଳିତ ହୋଇଯାଇଛି ବାର୍ଷିକ ଉତ୍ସବ l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ଜିଲ୍ଲାପାଳ ଚଞ୍ଚଳ ରଣା, ଅତିଥି କେଶବ ମେହେର, ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ମିଶ୍ର, ସଭାପତି ସୁନୀଲ କୁମାର ପଣ୍ଡା, ସମ୍ପାଦକ ଅଶୋକ କୁମାର ମିଶ୍ର ମଂଚାସୀନ ହୋଇଥିଲେ l

ଜିଲ୍ଲାପାଳ ଉକ୍ତ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ସଠିକ ଭାବରେ ପାଠ ପଢିବା ପାଇଁ ଅମୃତ ବାଣୀ ପ୍ରଦାନ କରିଥିବା ସହିତ ଶିକ୍ଷା ଓ ସଂସ୍କୃତି ବିଷୟରେ ବୁଝାଇ ଥିଲେ l ଶିକ୍ଷା ସହିତ ସମାଜର କେତକ ମହତ୍ୱପୂର୍ଣ୍ଣ ଜ୍ଞାନ ଉପରେ ଶିକ୍ଷିତ ହେବା ଦରକାର ବୋଲି କହିଥିଲେ ଏବଂ ଅନ୍ୟ ବକ୍ତାମାନେ ଶିକ୍ଷା, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେତେକ ଉଦାହରଣ ଦେଇ ଜ୍ଞାନ କୌଶଳ ଉପରେ ମହତ୍ୱ ବାର୍ତ୍ତା ଦେଇଥିଲେ l

ଏହି ଅବସରରେ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ସହିତ ବିଭିନ୍ନ ସଂଗଠନର ଅତିଥିବୃନ୍ଦ ଓ ବିଦ୍ୟାଳୟର ଅବିଭାବକ, ଅବବାହିକାମାନେ ଉପସ୍ଥିତ ଥିଲେ lସନ୍ଧ୍ୟା 4ଟାରୁ ଆରମ୍ଭ ହୋଇଯାଇଥିଲା ବିଦ୍ୟାଳୟର ଉତ୍ତିନ୍ନ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ କ୍ଷେତ୍ରରେ ଉତୀର୍ଣ୍ଣ ହୋଇଥିବାରୁ ତାଙ୍କୁ ଅତିଥିବୃନ୍ଦଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା ଏବଂ ଶିଶୁ କଳାକାର ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାରର ନାଚ, ଗୀତ ଓ ନାଟକ ପରିବେଷଣ କରାଯାଇଥିଲା l ଶେଷରେ ବିଦ୍ୟାଳୟର ଜଣେ ସମ୍ମାନିତ ଶିକ୍ଷକ କରୋନା ମହାମାରୀ ସମୟରେ ଅକାଳ ମୃତ୍ୟୁ ହୋଇଥିବାରୁ ତାଙ୍କ ପତ୍ନୀଙ୍କୁ ବିଦ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଦ୍ୱାରା 11,000 ଟଙ୍କା ସହିତ ଉପଢୌକାନ ଦେଇ ସାନ୍ତ୍ୱନା ପ୍ରଦାନ କରାଯାଇଛି l

Related posts

ନବ ବିବାହିତା ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ

Odisha Halchal

ବଜେଟ୍ ୨୦୨୨-୨୩: ଜାଣନ୍ତୁ କଣ ହେଲା ଶସ୍ତା? କଣ ହେଲା ମହଙ୍ଗା?

Odisha Halchal

OREDAରେ ନିଯୁକ୍ତି ସୁଯୋଗ, ଦରମା ୪୪ ହଜାରରୁ ଅଧିକ

Odisha Halchal

Leave a Comment