ଅପରାଧଓଡ଼ିଶା ଖବରନ୍ୟୁଜ୍

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

କଟକ:-ସାଲେପୁର ବ୍ଲକ୍ ଅନ୍ତର୍ଗତ ବଳଭଦ୍ରପୁର ଗାଁ ରେ ବିଦ୍ୟୁତ୍ ବିଭାଗ ର ଅବହେଳା ରୁ ଅନେକ ଲୋକଙ୍କ ଇଲେକ୍ଟ୍ରିକାଲ ଓ ଇଲୋକ୍ଟ୍ରୋନିକ ସାମଗ୍ରୀ ପୋଡ଼ି ଯାଇଛି l ସୂଚନା ମୁତାବକ ଆଜି ଦିନ ଗୋଟାଏ ସମୟ ରେ ବିଦ୍ୟୁତ ସରବରାହ ପ୍ରଦାନ କରୁଥିବା ଟ୍ରାନ୍ସଫରମର ପାଖରେ ଏକ ବିସ୍ଫୋରଣ ହେବାର ଶବ୍ଦ ଶୁଣାଯାଇଥିଲା ଓ ପରେ ପ୍ରାୟ ପଚାଶ ଜଣ ଲୋକଙ୍କ ଘରେ ଥିବା ପଙ୍ଖା, ପାଣି
ମୋଟର,ଟେଲିଭିଜନ,ଏୟାର କଣ୍ଡିସନର,ମୋବାଇଲ,ମୋବାଇଲ ଚର୍ଜର, ବଲବ ଆଦି ପୋଡ଼ିଯାଇଥିବା ଦେଖିବାକୁ ମିଳିଛି l

ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ନାହିଁ ନ ଥିବା କ୍ଷତି ସହିବାକୁ ପଡିଛି l ଉପୋଭୋକ୍ତା ମାନେ ସ୍ଥାନୀୟ ଜପକୁଦ ବିଦ୍ୟୁତ୍ ବିଭାଗ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ lନିମ୍ନ ମାନର କେବୁଲ ଅବା ଅତ୍ୟଧିକ ଲୋଡ ପାଇଁ ଏପରି ଘଟିଥିବା ଅନୁମାନ କରାଯାଉଛି l ଦେଖନ୍ତୁ ଏହି ଦୃଶ୍ୟ କୁ ଟ୍ରାନ୍ସଫରର୍ମର ପାଖ ମେନ ବୋର୍ଡ କିଭଳି ମୁକୁଳା ପଡୁଚି ଆଉ ସେଥିରେ ବାଉଁଶ ବତା ମଧ୍ୟ ବନ୍ଧା ଯାଇଛି l ଏହି ବିଷୟରେ ବିଭାଗୀୟ ଅଧିକାରୀ ତପ୍ତର ଅଛନ୍ତି ନା ନାହିଁ l

ଯଦି କିଛି ଉପଯୁକ୍ତ ବ୍ୟବସ୍ଥା ନ କରାଯାଏ ହୁଏତ କାହାର ଜୀବନ ବିଦ୍ୟୁତ୍ ସସ୍ପର୍ଶ ଆସି ଯିବ ଏ କଥା କୁ ଏଡେଇ ଦିଆ ଯାଇ ନ ପାରେ l ଟ୍ରାନ୍ସଫରମର କୁ ତୁରନ୍ତ ମରାମତି କରାଯାଇ ଉପଯୁକ୍ତ ବିଦ୍ୟୁତ ସରବରାହ ଯୋଗେଇଦେବା ପାଇଁ ଦାବି କରିଛନ୍ତି ଉପଭୋଗକ୍ତା l ଯଦି ତୁରନ୍ତ ଏହାର ସମାଧାନ କରାନଯାଏ ତାହା ହେଲେ ଆନ୍ଦୋଳନାତ୍ମକ ପରିସ୍ଥିତି ସୃଷ୍ଟି ହେବାବୋଲି ଚେତାବନୀ ଦେଇଛନ୍ତି ଉପୋଭୋକ୍ତା l

Related posts

ଦିନ ଦ୍ୱିପହରରେ ବ୍ୟବସାୟୀଙ୍କ ଠାରୁ ଲୁଟ, ଡିକି ଭାଙ୍ଗି ଲୁଟି ନେଲେ ୨ ଲକ୍ଷ ଟଙ୍କା

Odisha Halchal

ମୁଖ୍ୟ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା, ଏପ୍ରିଲ ୨୯ରୁ ମେ ୬ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା

Odisha Halchal

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ

Odisha Halchal

Leave a Comment