ଓଡ଼ିଶା ଖବରନ୍ୟୁଜ୍

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏ କଣ କହି ଗଲେ ?

ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏ କଣ କହି ଗଲେ

ଭୁବନେଶ୍ୱର (ବ୍ୟୁରୋ:ଓଡ଼ିଶା ହାଲଚାଲ):- 5ଟି ସଚିବଙ୍କ କ୍ଷମତା ଉପଭୋଗ ସମ୍ପର୍କରେ ଓଡ଼ିଶା ରାଜନୀତିରେ ହେଉଥିବା ଚର୍ଚ୍ଚା ଆହୁରି ତେଜିଛି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ। ବିଜେପି ସାଂସଦ ଅପରାଜିତାଙ୍କ ପ୍ରଶ୍ନକୁ ନେଇ ଶୀର୍ଷକ ଅପରାଜିତାଙ୍କ ଅଡୁଆ ପ୍ରଶ୍ନରେ ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି ସୌମ୍ୟ।

କହିଛନ୍ତି ୫ଟି ସଚିବ କ୍ଷମତା ଉପଭୋଗ ନେଇ ସାଧାରଣରେ ଯେଉଁ ଚର୍ଚ୍ଚା ହେଉଛି ତାହା ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ ? ଯଦି ଜାଣୁଛନ୍ତି ମୌନ ସମ୍ମତି ଲକ୍ଷଣମ୍ ନ୍ୟାୟରେ ଏହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ବୋଲି ଧରି ହେବ କି ?  ଶାସନ ବ୍ୟବସ୍ଥାରେ ଗୋଟିଏ ମୌଳିକ ନିୟମ ହେଲା କ୍ଷମତା ବା ଅଧିକାର ପୁଣି ଆଉ ଥରେ କାହାକୁ ହସ୍ତାନ୍ତରିତ ହୋଇପାରିବ ନାହିଁ।

ଏ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ବୋଲି ଲେଖି ତାଙ୍କର ସମସ୍ତ ଅଧିକାରକୁ ବ୍ୟବହାର ଓ ଉପଭୋଗ କରିବା ନ୍ୟାୟସଙ୍ଗତ କି ସମୀଚୀନ ହେଉନାହିଁ ବୋଲି ଲେଖିଛନ୍ତି ସୌମ୍ୟ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣର ଆବଶ୍ୟକତା ଥିବା ଲେଖିଛନ୍ତି ସୌମ୍ୟ।

Related posts

ଜ୍ୱର୍ଣ୍ଣାଲିଷ୍ଟ ଆସୋସିଏସନ ନୂଆପଡା ର ନିଆରା ପ୍ରୟାସ

Odisha Halchal

ବୃଦ୍ଧା ଙ୍କ ଉପରେ ମାଡ଼ି ଗଲା ଟ୍ରଲର

Odisha Halchal

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

Odisha Halchal

Leave a Comment