ଅପରାଧଓଡ଼ିଶା ଖବରନ୍ୟୁଜ୍

ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

କେନ୍ଦ୍ରାପଡ଼ା:-ଦିନ କୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାଲି ମାଫିଆଙ୍କ ଦୌରାତ୍ମ୍ୟ। ବାଲେଶ୍ୱର ଉପ ଜିଲ୍ଲାପାଳଙ୍କୁ ମାଫିଆଙ୍କ ଆକ୍ରମଣ ପରେ ଏବେ ସମଦଶା ଭୋଗିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲଦାର ଅକ୍ଷୟ କୁମାର ପରିଡ଼ା ମଧ୍ୟ ହୋଇଛନ୍ତି ବାଲି ମାଫିଆଙ୍କ ଶିକାର।

ଗତ ୧୭ତାରିଖ ଦିନ ଡେରାବିଶ ତହସିଲ ଅଧୀନ ଗୁଆଳସିଂଠାରେ ରାସ୍ତା ଉପରେ ବାଲି ଗଦା ହୋଇଥିବାରୁ ଯାତାୟତ ବାଧାପ୍ରାପ୍ତ ହେଉଥିବା ଖବର ପାଇ ତହସିଲଦାରଙ୍କ ସମେତ ଅନ୍ୟ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ସେମାନେ ଏକ ବାଲି ବୋଝେଇ ଟ୍ରକକୁ ଅଟକାଇ ଡ୍ରାଇଭରକୁ କାଗଜପତ୍ର ମାଗିଥିଲେ।

ମାତ୍ର ଡ୍ରାଇଭର ଦେଖାଇଥିବା କାଗଜପତ୍ର ଉପରେ ସନ୍ଦେହ ହେବାରୁ ଟ୍ରକକୁ ଅଫିସକୁ ନେବାକୁ ତହସିଲଦାର ଡ୍ରାଇଭରକୁ କହିଥିଲେ। ସେହି ସମୟରେ ତହସିଲଦାରଙ୍କୁ ବାଲି ମାଫିଆ କରିଥିଲେ ଆକ୍ରମଣ। ଆକ୍ରମଣ ପରେ ତହସିଲଦାର ସଦରଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଆଧାର କରି ଏକ ମାମଲା ରୁଜୁ କରିବା ସହିତ ଆକ୍ସନ ମୋଡରେ ଆସି ଜଣଙ୍କୁ ଗିରଫ କରିବା ସହ ଅନ୍ୟମାନଙ୍କୁ ଗିରଫ ପାଇଁ ତତ୍ପର ହୋଇଛି ସଦର ଥାନା ପୋଲିସ।

Related posts

ଶଶୁର ଘର ହେଲା ବୋହୂ କୁ ମନା

Odisha Halchal

ସ୍ତ୍ରୀ ଥାଇ ବି ଅନ୍ୟ ଯୁବତୀଙ୍କ ସହ ସଂପର୍କ

Odisha Halchal

ଡ୍ରାଗନକୁ ଡରାଇଲାଣି କରୋନା, ଶାଙ୍ଘାଇରେ ଲକ୍‌ଡାଉନ୍‌

Odisha Halchal

Leave a Comment