ଓଡ଼ିଶା ଖବରନ୍ୟୁଜ୍

ବିଧାୟକ ଓ ମନ୍ତ୍ରୀ ଙ୍କ ଉପସ୍ଥିତରେ ଜଳିଗଲା କେବିନ

ବିଧାୟକ ଓ ମନ୍ତ୍ରୀ ଙ୍କ ଉପସ୍ଥିତରେ ଜଳିଗଲା କେବିନ

କଟକ :-ବିଧାୟକ ଓ ମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ଚାଲିଥିବାବେଳେ ଉପସ୍ଥିତ ରେ ଜଳିଗଲା ଏକ କେବିନି। କଟକ ଜିଲ୍ଲା ସାଲେପୁର ବ୍ଳକ ଶିଶୁଆଠାରେ ସ୍ତାନୀୟ ବିଧାୟକ ପ୍ରଶାନ୍ତ ବେହେରା ଓ ଗ୍ରାମଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତିରଞ୍ଜନ ଘଡେଇ ଶିଶୁଆ ବଜାରରେ ରାସ୍ତାର ଶିଳାନ୍ୟାସ କରୁଥିବା ବେଳେ ଶିଳାନ୍ୟାସ ସମୟରେ ବାଣ ଗୁଳା ପଡି ଏକ କେବିନି ସଂପୂର୍ଣ୍ଣ ଭାବେ ପୋଡ଼ିଗଲା ।

ବିଧାୟକ ଏବଂ ମନ୍ତ୍ରୀଙ୍କ ଉପସ୍ଥିତ କେବିନି ଜଳିଗଲା ହେଲେ କର୍ତ୍ତବ୍ୟ ଭୁଲିଯାଇ ଗରିବ କେବିନି ବାଲାକୁ ସମବେଦନା ନ ଜଣାଇ ଘଟଣା ସ୍ଥଳରୁ ପଳାଇଗଲେ।

ଘଟଣା ସ୍ଥଳରେ ଅଗ୍ନିଶମବିଭାଗ ଗାଡି ପହଂଚି ନିଆକୁ ଆୟତ୍ତ କରିଲା ବେଳକୁ କେବିନଟା ସମ୍ପୂର୍ଣ୍ଣ ଜାଳି ଯାଇ ଥିଲା। କେବିନରେ ଥିବା ସମସ୍ତ ସାମଗ୍ରୀ ଜାଳିଯାଇଥିବା ଦେଖିବାକୁ ମିଳିଥିଲା। ଏନେଇ ବିଧାୟକ ଓ ମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିବାକୁ ଆସିଥିବା ପ୍ରତକ୍ଷ୍ୟଦର୍ଶୀ ବାଣଗୁଳପଡି କେବିନ ପୋଡିଯାଇଥିବା ନେଇ ପ୍ରତିକ୍ରିୟା ରଖିଛନ୍ତି।

Related posts

ଭାରତୀୟ ଜନତା ପାର୍ଟିର ବୁଥ ସଶକ୍ତି କରଣ ଯୋଜନା

Odisha Halchal

ଆହୁରୀ ଘନେଇଲା ବର୍ଷା-ଅନୁଭବ ପାରିବାରିକ ବିବାଦ

Odisha Halchal

ଭାରତୀୟ ରେଳୱେ ଇତିହାସରେ ପ୍ରଥମ ଘଟଣା, ୧୦ ମାସର ଶିଶୁ କନ୍ୟାକୁ ମିଳିଲା ଚାକିରୀ

Odisha Halchal

Leave a Comment