ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ଆହୁରୀ ଘନେଇଲା ବର୍ଷା-ଅନୁଭବ ପାରିବାରିକ ବିବାଦ

ଆହୁରୀ ଘନେଇଲା ବର୍ଷା-ଅନୁଭବ ପାରିବାରିକ ବିବାଦ

ଆହୁରୀ ଘନେଇବାରେ ଲାଗିଛି ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ବିବାଦ ମାମଲା । ତେବେ ଆଜି ବର୍ଷା ପ୍ରିୟଦର୍ଶିନୀ ସାଇବର ଥାନାରେ ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ ତାଙ୍କର ଛବିର ଖରାପ କରାଯାଉଥିବାର ଅଭିଯୋଗ କରି ସେ ଏତଲା ଦେଇଛନ୍ତି ।

କିଛି ବ୍ୟକ୍ତି ତାଙ୍କର ଛବିକୁ ଖରାପ କରିବାକୁ ଷଡଯନ୍ତ୍ର କରୁଥିବା ଏତଲାରେ ବର୍ଷା ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ଏତଲା ଭିତ୍ତିରେ ଆଇପିସିର ଧାରା ୫୦୯ ଓ ଆଇଟି ଆକ୍ଟରେ ମାମଲା ରୁଜୁ ହୋଇଥିବାଜଣାପଡିଛି ।

ତେବେ ସାଂସଦ ଅନୁଭବ ବାରମ୍ବାର ଭିଡିଓ ଜାରି କରି ଚରିତ୍ର ସଂହାର କରୁଥିବା ନେଇ ବର୍ଷା ଅଭିଯୋଗ କରିଛନ୍ତି । ଫଳରେ ତାଙ୍କର ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର୍ଯାତନାର ଶିକାର ହେଉଥିବା ବର୍ଷା କହିଛନ୍ତି ।

ସେହିପରି ଏହା ପୂର୍ବରୁ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ଭିଡିଓ ଜାରି କରି ଅନୁଭବ ତାଙ୍କର ନାରୀତ୍ୱ ଉପରେ ପ୍ରଶ୍ନବାଚୀ ଛିଡା କରୁଥିବା ନେଇ ବର୍ଷା ଅଭିଯୋଗ କରିଛନ୍ତି

Related posts

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

Odisha Halchal

ଆରମ୍ଭ ହେଲା ବୌଦ୍ଧ ମହୋତ୍ସବ

Odisha Halchal

ମୋ ଘରକୁ ମିନି ବ୍ୟାଙ୍କ ଭଳି ବ୍ୟବହାର କରୁଥିଲେ ପାର୍ଥ: ଅର୍ପିତା

Odisha Halchal

Leave a Comment