ଓଡ଼ିଶା ଖବରନ୍ୟୁଜ୍

ଭାରତୀୟ ଜନତା ପାର୍ଟିର ବୁଥ ସଶକ୍ତି କରଣ ଯୋଜନା

ଭାରତୀୟ ଜନତା ପାର୍ଟିର ବୁଥ ସଶକ୍ତି କରଣ ଯୋଜନା

ବୌଦ୍ଧ:-(ରିପୋର୍ଟ :-ଆଶିଷ ବିହାରୀ ଠାକୁର)ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ ତେଲିବନ୍ଦ ଠାରେ ଗ୍ରାମୀଣ ମଣ୍ଡଳ ର ବୁଥ ସଶକ୍ତି କରଣ ଯୋଜନା ପାଇଁ ରାଜ୍ୟ ବିଜେପି ଉପ ସଭା ନେତ୍ରୀ ଶ୍ରୀମତୀ ଅନିତା ଶୁଭ ଦର୍ଷଣି ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଣ୍ଡଳ ସ୍ତରରେ ବୁଥ କମିଟି ଗଠନ କରି ସସକ୍ତ ବୁଥ ସହିତ ,ମୋର୍ଚ୍ଚା କମିଟି, ଶକ୍ତିକେନ୍ଦ୍ର ର ତ୍ରିଦେବ , ବୁଥ ସ୍ତରୀୟ ତ୍ରିଦେବ ସହିତ ମଣ୍ଡଳ କମିଟି ଗଠନ କରି , ପ୍ରତି ମାସ ରେ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ରହିଛି ସେଗୁଡ଼ିକ କିପରି ବ୍ୟବସ୍ଥିତ ଢଙ୍ଗରେ ପାଳନ କରିବା କୁ ହେବ ସେ ବିଷୟ ନେଇ ଗୁରୁ
ମନ୍ତ୍ର ପ୍ରଦାନ କରିଥିଲେ l

ବୁଥ ସଶକ୍ତି କରଣ ଯୋଜନା କୁ ସମସ୍ତ କର୍ମକର୍ତ୍ତା ମାନେ ନିଷ୍ଠାର ସହିତ ପାଳନ କରିବା ପାଇଁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଶ୍ରୀ ବିପ୍ର ଚରଣ ମହାନ୍ତି ଯୋଗଦାନ କରି ସମସ୍ତ ବିଜେପି ନେତୃବୃନ୍ଦ ଆଜିଠାରୁ ଏକ ମନ ଏକଚିତ୍ ଭାବରେ ସମସ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ଯୁକ୍ତ ନରେନ୍ଦ୍ର ମୋଦୀ ଜି ଙ୍କ ଗରିବ କଲ୍ୟାଣ ଯୋଜନା ସବୁ ସ୍ତରରେ ସୁବ୍ୟବସ୍ଥିତ ଭାବରେ କିପରି ପହଞ୍ଚି ପାରିବ ସେଥି ପାଇଁ କାର୍ଯ୍ୟକ୍ରମ କରିବା ପାଇଁ କହିଥିଲେ ଓ ଏଥି ସହିତ ମଣ୍ଡଳ ଓ ବୁଥ ମାନଙ୍କ ର ଦେବଦୂର୍ଲଭ କାର୍ଯ୍ୟ କର୍ତ୍ତା ମାନଙ୍କୁ ଗୋଟିଏ ଗୋଟିଏ ବିଷୟରେ ଦାୟିତ୍ଵ ବଣ୍ଟନ କରି “ମୋ ବୁଥ ମଜବୁଥ ” ର ସମସ୍ତ କାର୍ଯ୍ୟକ୍ରମ କୁ ନିଷ୍ଠାର ସହିତ କରିବା ପାଇଁ ନିବେଦନ କରିଥିଲେ ।

ଆଜିର ସମସ୍ତ କାର୍ଯ୍ୟକ୍ରମ ମଣ୍ଡଳ ସଭାପତି ଶ୍ରୀ ନବୀନ ହୋତା ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।ମଣ୍ଡଳ ର ସମସ୍ତ କର୍ମକର୍ତ୍ତା ଓ ନେତୃବୃନ୍ଦ ଏକତ୍ରିତ ହୋଇ ମଣ୍ଡଳ ସ୍ତରରେ ବିଭିନ୍ନ ପ୍ରକାର ଅନ୍ଦୋଲୋନ କରିବା ସହିତ ଧନର ଅଭାବ ବିକ୍ରି ପାଇଁ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଘେରାଉ କରିବା ପାଇଁ ମଣ୍ଡଳ ସଭାପତି ଙ୍କ ସହିତ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଙ୍କ ସହ ସମସ୍ତ କାର୍ଯ୍ୟକର୍ତ୍ତା ମାନେ ସହଯୋଗରେ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ନିଷ୍ପତି ନିଆଯାଇଥିଲା, ତତ୍ ସହିତ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ହୋଇଥିବା ଅନିୟମିତତା ଅଭିଯୋଗ ଦରଖାସ୍ତ ଫର୍ମ ପୂରଣ କରି ବିଡ଼ିଓ ଙ୍କ ପାଖରେ ଦାଖଲ କରିବା ପାଇଁ ନିଷ୍ପତି ନିଆଯାଇଥିଲା lଆଜିର ସମସ୍ତ କାର୍ଯ୍ୟକ୍ରମରେ ବିଜେପି ନେତା ସର୍ବସ୍ରୀ ଶ୍ରୀ ଶ୍ୟାମ ସୁନ୍ଦର ପୁରୋହିତ, ସତ୍ୟାନନ୍ଦ ପାଣ୍ଡେ, ବିଶିକେଷଣ ପ୍ରଧାନ, ତ୍ରିପୁରା ମହାକୁଡ, ବୈକୁଣ୍ଠ ପ୍ରଧାନ, ଟ୍ରିଯିବ ପାଣିଗ୍ରାହୀ, ବିଜୟ ଜେନା ,ଗଦାଧର ମହାକୁଡ,ବନମାଳୀ ବେହେରା,ସୁମନ୍ତ ପ୍ରଧାନ, କବୀର୍ ଦେହୁରୀ, ସୁଶିଲ ଖେତି,ପ୍ରଭୁତି ମଣ୍ଡଳ କାର୍ଯ୍ୟକର୍ତ୍ତା ଓ ଶକ୍ତିକେନ୍ଦ୍ର ର ତ୍ରିଦେବ ମାନେ ଯୋଗଦାନ କରିଥିଲେ ।

Related posts

STF ପଞ୍ଝାରେ ଧରାପଡିଛି ବାଘ ଛାଲ ବେପାରି

Odisha Halchal

32କେଜି ଗଞ୍ଜେଇ ଜବତ ସହ ଦୁଇ ଜଣ ଗିରଫ

Odisha Halchal

ବସକୁ ମାଡି ଯାଇଥାନ୍ତା ଟ୍ରେନ

Odisha Halchal

Leave a Comment