ଓଡ଼ିଶା ଖବରନ୍ୟୁଜ୍

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

ମେସିନ୍‌ରେ ପଶିଗଲା ଚୁଟି, ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ

ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋସେରିଆ ସ୍ଥିତ ବଜରଙ୍ଗ ଟ୍ରେଡର୍ସ ନାମକ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କର ଚୁଟି ମେସିନ୍‌ରେ ପଶି ଯିବାରୁ ତାଙ୍କ ମୃତ୍ୟୁ ଘଟିଛି।ମୃତ ମହିଳାଙ୍କ ନାଁ ପ୍ରଭା କୁଜୁର (୪୮)। ସେ ବର୍ଷେ ହେଲା ଉକ୍ତ କମ୍ପାନୀରେ ଠିକା ଶ୍ରମିକ ଭାବେ କାମ କରୁଥିଲେ l

ତାଙ୍କ ଘର ହାତୀବାରୀ ଥାନା ଅନ୍ତର୍ଗତ ଓଲାହଣି ବସ୍ତିରେ। କାଲି ଅପରାହ୍ନରେ ଏହି ଅଘଟଣ ଘଟିଥିଲା। ମେସିନ୍‌ରେ ପ୍ରଭାଙ୍କ ଚୁଟି ପଶି ଯିବା ଫଳରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ଓ ତାହା କିଛି ଅଂଶ କଟି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।ଏହା ପରେ କମ୍ପାନୀ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ବେଳେ ପ୍ରଭାଙ୍କ ପରିବାର ଲୋକେ କ୍ଷତି ପୂରଣ ପାଇଁ ଦାବି କରିଥିଲେ l

କମ୍ପାନୀ ପକ୍ଷରୁ ଚାରି ଲକ୍ଷ ଟଙ୍କା ଓ ପରିବାରରୁ ଜଣଙ୍କୁ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ମାମଲା ଶାନ୍ତ ପଡ଼ିଥିଲା।ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Related posts

ହାତୀ ଭାଙ୍ଗିଲା ଘର, ୨ ଗୁରୁତର

Odisha Halchal

କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Odisha Halchal

ହଷ୍ଟେଲ ଛାତରୁ ପଡ଼ି ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, ପରିବାର ଲୋକେ ଆଣିଲେ ରାଗିଂ ଅଭିଯୋଗ

Odisha Halchal

Leave a Comment