ଓଡ଼ିଶା ଖବରନ୍ୟୁଜ୍

ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ 

ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ 

ବୌଦ୍ଧ : – (ରିପୋର୍ଟ : ଆଶିଷ ବିହାରୀ ଠାକୁର ) ବୌଦ୍ଧ ଜିଲ୍ଲା ହରଭାଙ୍ଗା ବ୍ଲକ୍ ମଥୁରା ପଞ୍ଚାୟତ ବୃନ୍ଦାବନ ଶାନ୍ତି ମଠ ଠାରେ ମହନ୍ତ ପ୍ରଶାନ୍ତ ଦାସ ବାବା ଙ୍କ ସଭାପତିତ୍ବ ରେ ଦୋଳଯାତ୍ରା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଆବାହକ ସଭ୍ୟ କୃତ୍ତିବାସ ପଲିଆ ବୈଠକ ର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l

ବିଭିନ୍ନ ଆଲୋଚନାରେ ବିକ୍ରମ ମହାଳିକ, କେଳାକଟା ଗ୍ରାମ୍ୟ କମିଟି ର ସଭାପତି କପିଳେଶ୍ୱର ବାହୁକ, ସଦାନନ୍ଦ ପାତ୍ର, ମଥୁରା ପଞ୍ଚାୟତ ସରପଞ୍ଚ ପ୍ରଦୀପ କୁମାର କଂହର, ରାଧାନଗର ସରପଞ୍ଚ ଗଣେଶ କୁମାର ବେହେରା, ଅନ୍ୟତମ ଆବାହକ ନିର୍ଗୁଣ ମହାକୁଡ ଅକ୍ତବ୍ୟ ରଖିଥିଲେ l ଆସନ୍ତା ମାର୍ଚ୍ଚ ମାସ 3 ତାରିଖ ଠାରୁ 8 ତାରିଖ ପର୍ଯ୍ୟନ୍ତ 6 ଦିନ ବ୍ୟାପି ଦୋଳଯାତ୍ରା ମହୋତ୍ସବ ଆୟୋଜନ କରିବା ପାଇଁ ସ୍ଥିର କରାଯାଇଥିଲା l

ଆସନ୍ତା 22 ତାରିଖରେ ରlଧାନଗର ପଞ୍ଚାୟତ ପରିସରରେ ସାଧାରଣ ବୈଠକ ଅନୁଷ୍ଠିତ ହେବ l ସେହିଦିନ ବିଭିନ୍ନ କମିଟି ଗଠନ କରିବା ପାଇଁ ସ୍ଥିର କରାଗଲା l ବୈଠକ ପୂର୍ବରୁ ସମସ୍ତ୍ ଗ୍ରାମସ୍ତରରେ ବୈଠକ କରିବା ପାଇଁ ସ୍ଥିର କରାଗଲା l ଶେଷରେ ନିର୍ଗୁଣ ମହାକୁଡ ଧନ୍ୟବାଦ ଅର୍ପଣ କରିଥିଲେ l

Related posts

ବରଗଡ଼ରେ ଡବଲ୍ ମର୍ଡ଼ର, ପାରିବାରିକ କଳହରୁ ବାପା ଓ ପୁଅଙ୍କୁ କଟୁରୀରେ ହାଣିଲେ ୨ ସମ୍ପର୍କୀୟ

Odisha Halchal

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

Odisha Halchal

ଇମ୍ରାନ୍‌ଙ୍କୁ ପାଗଳ କରିଥିଲେ ରେଖା

Odisha Halchal

Leave a Comment