ଦେଶ ବିଦେଶନ୍ୟୁଜ୍

ରାଣା ଦଂପତିଙ୍କ ଜାମିନ ଫଇସଲା

ରାଣା ଦଂପତିଙ୍କ ଜାମିନ ଫଇସଲା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ହନୁମାନ ଚାଲିସା ପାଠ କରିବାକୁ ଧବକ ଦେଇ ଗିରଫ ହୋଇଥିବା ସାଂସଦ ନବନୀତ ରାଣା ଓ ବିଧାୟକ ରବି ରାଣାଙ୍କ ଜାମିନ ଆବେଦନ ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ସାଂସଦ ଦଂପତିଙ୍କୁ ସୋମବାର ଜାମିନ ମିଳିପାରି ନଥିଲା । ଜାମିନ ଉପରେ ନିମ୍ନ ଅଦାଲତ ନିଷ୍ପତ୍ତିକୁ ସୁରକ୍ଷିତ ରଖିଛନ୍ତି ।

ସୋମବାର କୋର୍ଟ ସଂପୂର୍ଣ୍ଣ ଅର୍ଡର ଲେଖିପାରି ନଥିଲେ । ମଙ୍ଗଳବାର ଈଦ ଯୋଗୁ ଅଦାଲତ ଛୁଟି ଥିଲା । ତେଣୁ ମେ’ ୪ ତାରିଖରେ ଜାମିନ ନେଇ ଫଇସଲା ଆସିବ ।ଅନ୍ୟପଟରେ ଓ ଶିବସେନା ମଧ୍ୟରେ ବଢ଼ିଥିବା ଉତ୍ତେଜନା ମଧ୍ୟରେ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେଶନ (ବିଏମ୍‌ସି) ସୋମବାର ରାଣାଙ୍କ ଖାରସ୍ଥିତ ଫ୍ଲାଟ ବାହାରେ ଏକ ନୋଟିସ ଲଗାଇଦେଇଛି ।

ଏହି ନୋଟିସ ଅନୁସାରେ ବିଏମ୍‌ସି ମେ’ ୪ ତାରିଖରେ ଫ୍ଲାଟକୁ ନିରୀକ୍ଷଣ କରିବ । ଏଥିରେ ବେଆଇନ ନିର୍ମାଣ କରାଯାଇଥିବା କୁହାଯାଉଛି । ବିଏମ୍‌ସି ୧୮୮୮ର ଧାରା ୪୮୮ ବଳରେ ନୋଟିସ ଜାରି କରିଛି । ଏଥିରେ କୁହାଯାଇଛି ଯେ, ରାଣା ଦଂପତିଙ୍କ ଘର ବେଆଇନ ନିର୍ମାଣ କରାଯାଇଛି । ଏହାର ତଦନ୍ତ ପାଇଁ ବିଏମ୍‌ସି ପକ୍ଷରୁ ନୋଟିସ ଜାରି କରାଯାଇଛି ।

Related posts

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଆହତ

Odisha Halchal

ଦାଦାବଟି ମାଗି ଗିରଫ

Odisha Halchal

ମନ୍ଦିର ପର୍ବତ ପାର୍ଶ୍ଵରେ ଏକ ଅଜଣା ଅର୍ଦ୍ଧ ଦଗ୍ଧ ମୃତଦେହ

Odisha Halchal

Leave a Comment