ଅପରାଧଓଡ଼ିଶା ଖବରନ୍ୟୁଜ୍

ସମ୍ପର୍କରେ ଲାଗିଲା ରକ୍ତ ଛିଟା; ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ସମ୍ପର୍କରେ ଲାଗିଲା ରକ୍ତ ଛିଟା; ପଥରରେ ଛେଚି ସାଙ୍ଗକୁ ହତ୍ୟା କଲା ସାଙ୍ଗ

ହାଣ୍ଡିଆ ନଦେବାରୁ ମନ ଭିତରେ ରାଗ ରଖି ସାଙ୍ଗକୁ ହତ୍ୟା କଲା ସାଙ୍ଗ। ଚଳିତ ମାସ ୭ ତାରିଖ ଦିନ ଘଷିପୁରା ଥାନା ଜାମୁବହାଳି ପାଖରେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଥିଲା। ଝିଙ୍କିପିଟା ଗାଁର ବୈଦ୍ୟନାଥ ମାରାଣ୍ଡିକୁ ପଥରରେ ଛେଚି ବିଜୁ ମାରାଣ୍ଡି ହତ୍ୟା କରିଥିଲା। ଖବର ଅନୁସାରେ, ଗତବର୍ଷ ଗହ୍ମା ପୂର୍ଣ୍ଣିମାରେ ପୂଜା ହେଉଥିବା ବେଳେ ବୈଦ୍ୟନାଥଙ୍କୁ ହାଣ୍ଡିଆ ମାଗିଥିଲା ବିଜୁ।

ହେଲେ ପୂଜା ସରିବା ପରେ ହାଣ୍ଡିଆ ନେବୁ ବୋଲି କହିଥିଲା ବୈଦ୍ୟନାଥ। ସେବେଠାରୁ ଝଗଡ଼ାର ସୂତ୍ରପାତ ହେଇଥିଲା।ମନ ଭିତରେ ରାଗ ରଖି ଉପରେ ଭଲଭାବେ ବୈଦ୍ୟନାଥ ସହିତ ମିଶିଥିଲା ବିଜୁ। ଯୁଗଳକିଶୋରପୂରରେ ଫୁଟବଲ୍ ଖେଳ ହେବାବେଳେ ଉଭୟେ ଖେଳ ଦେଖିବାକୁ ଆସିଥିଲେ।

ଯିବା ବାଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୈଦ୍ୟନାଥକୁ ପଥର ମାରି ବିଜୁ ଆକ୍ରମଣ କରିଥିଲା। ଆକ୍ରମଣ ପରେ ବଡ଼ ପଥର ନେଇ ତାଙ୍କ ବୈଦ୍ୟନାଥଙ୍କ ମୁଣ୍ଡକୁ ଛେଚି ଦେଇଥିଲା ବିଜୁ। ଘଟଣା ପରେ ଘଷିପୁରା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ସହିତ ହତ୍ୟାକାରୀ ବିଜୁକୁ ଗିରଫ କରି କୋର୍ଟ ଚାଲାଣ କରିଛି।

Related posts

ପଥର ତଳୁ ମାଓ ବିସ୍ପୋରକ ଉଦ୍ଧାର କଲେ ସୁରକ୍ଷା ବାହିନୀ

Odisha Halchal

ସାଙ୍ଗକୁ ଫାୟାରିଂ କରି ଯୁବକ ଫେରାର

Odisha Halchal

ପେଟ୍ରୋଲ ପମ୍ପରେ ତେଲପକାକୁ ନେଇ ଗୁଳିମାଡ଼

Odisha Halchal

Leave a Comment