ଅପରାଧଓଡ଼ିଶା ଖବରନ୍ୟୁଜ୍

ଯବାନଙ୍କ ଗୁଳିରେ ଯବାନ ଗୁରୁତର

ଯବାନଙ୍କ ଗୁଳିରେ ଯବାନ ଗୁରୁତର

ମାଲକାନଗିରି:-(ରିପୋର୍ଟ :-କ୍ରିଷ୍ଣପଦ ରାୟ)ଏମଭି ୭୯ ଠାରେ ଥିବା ବିଏସଏଫ କ୍ୟାମ୍ପ ଠାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯବାନଙ୍କ ଗୁଳିରେ ସାଥି ଯବାନ ଗୁରୁତର ହୋଇଛନ୍ତି। କିଛି ଅସାବଧାନତା କାରଣରୁ ହଠାତ୍ ଅଚାନକ ବନ୍ଧୁକରୁ ଗୁଳି ଫୁଟି ନିକଟରେ ଥିବା ଅନ୍ୟ ଜଣେ ଯବାନଙ୍କୁ ଏହି ଗୁଳି ବାଜିଥିଲା।

ଯାହାଦ୍ବାରା ଯବାନ ଜଣକ ଗୁରୁତର ଆହତ ହୋଇଛନ୍ତି। ତେବେ ଏହି ଯବାନ ଜଣଙ୍କର ନାଁ ଭାସ୍କର ରହିଥିବା ବେଳେ ତାଙ୍କର ଘର ଆସାମ ବୋଲି ଜଣାପଡିଛି। ଘଟଣାର ଏପର୍ଯ୍ୟନ୍ତ କିଛି ସ୍ପଷ୍ଟିକରଣ ଆସିନଥିବା ବେଳେ। ବିଭାଗୀୟ ତଦନ୍ତ ଚାଲିଥିବା ବିଏସଏଫ ପକ୍ଷରୁ ସୂଚନା ମିଳିଛି। ଅନ୍ୟପଟେ ଗୁରୁତର ଆହତ ହୋଇଥିବା ଯବାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଅଣାଯାଇଛି।

ଚିକିତ୍ସାଳୟରେ ପହିଞ୍ଚିବା ପରେ ତାଙ୍କ ପେଟରେ ବାଜିଥିବା ଗୁଳି ଅପରେସନ କରି କଡ଼ାଯାଇଥିବା ବେଳେ ।‌ ଯବାନ ଜଣଙ୍କର ସ୍ବାସ୍ଥ୍ୟବସ୍ଥାରେ ବର୍ତ୍ତମାନ ସୁଧାର ଆସିଥବା ଡକ୍ଟର ଡିଣ୍ଡା ସୂଚନା ଦେଇଛନ୍ତି ।ତେବେ ଏହି ଘଟଣା ସମ୍ପର୍କରେ ସେଠାରେ କେହି ଅବଗତ ନଥିବା ବେଳେ, ଏହି ଘଟଣା ଉପରେ ତଦନ୍ତ ଜାରି ରହିଥିବା ଜଣାପଡିଛି।

Related posts

ଥାନା ସାମ୍ନାରେ କିରୋସିନ ଡାଲି ମହିଳାଙ୍କ ଆତ୍ମହୁତି ଉଦ୍ୟମ

Odisha Halchal

ବୀରମହାରାଜପୁର କପ୍ ହକି ଟୁର୍ଣ୍ଣାମେଣ୍ଟ

Odisha Halchal

ପରୀକ୍ଷା କେନ୍ଦ୍ର ଉଚ୍ଛେଦ ପ୍ରତିବାଦରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ସ୍କୁଲ ଗେଟରେ ତାଲା

Odisha Halchal

Leave a Comment