ଓଡ଼ିଶା ଖବରନ୍ୟୁଜ୍

ଗଛରେ ପିଟି ହେଲା ବସ୍

ଗଛରେ ପିଟି ହେଲା ବସ୍

ଗଞ୍ଜାମ ଜିଲ୍ଲା ବେଗୁନିଆ ଫାଣ୍ଡି ଅନ୍ତର୍ଗତ ଏସ୍.ଛନିକା ନିକଟରେ ଏକ ଯାତ୍ରୀବାହୀ ବସ୍ ଗଛରେ ପିଟି ହେବାରୁ ଡ୍ରାଇଭର ସମେତ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ପୂଜା ନାମକ ଯାତ୍ରୀବାହୀ ବସ୍‌ଟି ଅଙ୍ଗାରଗାଁରୁ ପୋଲସରା ଅଭିମୁଖେ ଯାଉଥିଲା। ଏହି ସମୟରେ ଏସ୍.ଛନିକା ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଆମ୍ବୁଲାନ୍ସ ସାହାଯ୍ୟରେ ସମସ୍ତ ଯାତ୍ରୀଙ୍କୁ କୋଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ପୁଲିସ ଜବତ କରି ଘଟଣାର ତଦନ୍ତ କରୁଛି।

Related posts

ଦୁର୍ଘଟଣାରେ ବୋଲବମ୍ କାଉଡିଆ ମୃତ୍ୟୁ

Odisha Halchal

ହସ୍ପିଟାଲ ଭିତରେ ନର୍ସଙ୍କୁ ବାନ୍ଧି ଗଣଦୁଷ୍କର୍ମ

Odisha Halchal

ପେଟରେ ବର୍ଚ୍ଛା ଗଳି ନାବାଳକ ଗୁରୁତର

Odisha Halchal

Leave a Comment