ଅପରାଧଓଡ଼ିଶା ଖବରନ୍ୟୁଜ୍

ଶ୍ରମିକ ସାଜିଛନ୍ତି ଛାତ୍ର ଛାତ୍ରୀ

ଶ୍ରମିକ ସାଜିଛନ୍ତି ଛାତ୍ର ଛାତ୍ରୀ

ନବରଙ୍ଗପୁର:-ରାଜ୍ୟ ସରକାର ଶିକ୍ଷା ର ଗୁଣାତ୍ମକ ମାନ ବଢାଇବା ପାଇଁ ରାଜ୍ୟ ରେ ବିଭିନ୍ନ କ୍ଷେତ୍ରରେ ଅନେକ ଯୋଜନା କରିଛନ୍ତି। ସେଥିମଧ୍ୟରୁ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ରେ ପିଲା ଙ୍କୁ ସ୍କୁଲ ମୁହାଁ କରାଇବା ସକାଶେ ବିଭିନ୍ନ ପଦକ୍ଷେପ ହାତକୁ ନେବା ଅହଂ ଶିକ୍ଷା କ୍ଷେତ୍ରର ଅଗ୍ରଗତି ନିମନ୍ତେ 5T ମାଧ୍ୟମରେ ବିଦ୍ୟାଳୟ ଗୁଡିକ ର ରୂପରେଖ ପରିବର୍ତନ କରି ଗାଁ ଠୁ ସହର ସବୁ କ୍ଷେତ୍ର ରେ ଶିକ୍ଷା ର ମାନ କୁ ପରିବର୍ତନ କରାଯାଉଛି। ଅଭିଭାବକ ମାନେ ନିଜ ପୁଅ ଝିଅ ମାନଙ୍କୁ ଶିକ୍ଷା ଲାଭ କରିବା ନିମନ୍ତେ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କ ରେ ପଠାଇ ଥାନ୍ତି ‌।

ହେଲେ ଅଭିଭାବକ ମାନେ ଜାଣି ନାହାନ୍ତି ଯେ ସେମାନଙ୍କ ପୁଅ ଝିଅ ବିଦ୍ୟାଳୟ ମାନଙ୍କରେ ଶ୍ରମିକ ମାନଙ୍କ ଭଳି କାମ କରନ୍ତି। ଏ ଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଡଙ୍ଗର ଭେଜା ପଞ୍ଚାୟତ ଅନ୍ତର୍ଗତ ସାଗରମୁଣ୍ଡା ଗ୍ରାମ ର ପ୍ରାଥମିକ ବିଦ୍ୟାଳୟ ରେ। ଏହି ବିଦ୍ୟାଳୟରେ ମୋଟ ୧୩୧ ଜଣ ଛାତ୍ର ଛାତ୍ରୀ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରୁଛନ୍ତି କିନ୍ତୁ ଏହି ବିଦ୍ୟାଳୟରେ ଯେଉଁ କାର୍ଯ୍ୟ ଶ୍ରମିକ ମାନେ କରିଥାନ୍ତି ସେହି କାମକୁ ବିଦ୍ୟାଳୟ ର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବିଦ୍ୟାଳୟ ରେ ପାଠ ପଢୁଥିବା ନିରିହ କୋମଳମତି ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଏହି ବିପଦ ପୁର୍ଣ କାମ କରାଇଥାନ୍ତି। ନବରଙ୍ଗପୁର ଠାରୁ ଇନ୍ଦ୍ରାବତୀ ଭାୟା ଡଙ୍ଗର ଭେଜା ଯିବା ମୂଖ୍ୟ ରାସ୍ତା ପାର୍ଶ୍ବ ରୁ ମାଟି ଉଠାଇ ପିଲା ସ୍କୁଲ ମଧ୍ୟକୁ ନେବା ଘଟଣା ଏବେ ସମସ୍ତଙ୍କୁ ଚକିତ କରିଛି l

ରାସ୍ତା କଡ଼ ରେ ସ୍କୁଲ ଥିବା ବେଳେ ଉକ୍ତ ରାସ୍ତା ଦେଇ ଅନେକ ଭାରି ଯାନବାହାନ ଚଳାଚଳ କରିବା ସହ ନବରଙ୍ଗପୁର କୁ ଅନେକ ଗାଡି ମୋଟର ଚଳାଚଳ କରିଥାଏ l କେତେବେଳେ କୌଣସି ଦୈବୀ ଦୁର୍ବିପାକ ଘଟିଲେ ଏଥିପ୍ରତି ଦାୟି କିଏ ରହିବ ବୋଲି ବୁଦ୍ଧିଜୀବୀ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ଏନେଇ ସ୍କୁଲ କର୍ତ୍ତୃପକ୍ଷ ଙ୍କୁ ଯୋଗାଯୋଗ କରିବାରୁ ଏହି ସମସ୍ତ କାର୍ଯ୍ୟ ପିଲା ମାନଙ୍କ ଦ୍ୱାରା କରାଇବା ନିମନ୍ତେ ନିୟମ ରହିଥିବାର ଯୁକ୍ତି ବାଢୁଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ l ବ୍ଲକ ଶିକ୍ଷାଧିକାରୀ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ l

କୋମଳମତି ଶିଶୁ ଙ୍କ ଜୀବନ ସହ ଖେଳ ଖେଳିବା ଅଧିକାର ଏଠି କାହାର ନାହିଁ କୌଣସି ଅଘଟଣ କେତେବେଳେ ମଧ୍ୟ ଘଟିପାରେ l କଣ ଅଘଟଣ ଘଟିଲେ ଯାଇ ବିଭାଗ ର ନିଦ ଭାଙ୍ଗିବ କି ବୋଲି ପ୍ରଶ୍ନ କରୁଛନ୍ତି ସାଧାରଣ ଜନତା l ତେବେ ସରକାରୀ ଯୋଜନା ଓ ବିକାଶ ର ଚିନ୍ତାଧାରା କୁ ଫୁ କରି ସ୍କୁଲ କର୍ତ୍ତୃପକ୍ଷ ଙ୍କ ମନମାନି କୁ ବିରୋଧ କରିବା ସହ କେବେ ବିଭାଗ ଛୋଟ ଛୋଟ ଛୁଆ ଙ୍କ ଭବିଷ୍ୟତ ନେଇ ନିଦ ଭାଙ୍ଗୁଛି ଏବେ ତାହା ହିଁ ଦେଖିବାକୁ ବାକି ରହିଲା l

Related posts

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

Odisha Halchal

ମହଙ୍ଗା ପଡିଲା ପୋଲିସକୁ ଗାଁ ଲୋକଙ୍କ ଆକ୍ରମଣ

Odisha Halchal

ରାସ୍ତା ଅବରୋଧ କରି ନ୍ୟାୟ ଦାବି କଲେ ପରିବାର ଓ ଗ୍ରାମବାସୀ

Odisha Halchal

Leave a Comment