ଓଡ଼ିଶା ଖବରନ୍ୟୁଜ୍

ଷାଠିଏ ଫୁଟ ଉଚ୍ଚତା ର ତୁଳସୀ ବୃକ୍ଷ

ଷାଠିଏ ଫୁଟ ଉଚ୍ଚତା ର ତୁଳସୀ ବୃକ୍ଷ

କଟକ :-(ରିପୋର୍ଟ :-ତୁଷାର ଜ୍ୟୋତି ନାୟକ ) ତୁଳସୀ ଗଛ ସାଧାରଣତ ଚାରି ପାଞ୍ଚ ଫୁଟ ଉଚ୍ଚତା ଆପଣ ମାନେ ଦେଖିଥିବେ କେହି କେବେ ଷାଠିଏ ଫୁଟ ଉଚ୍ଚତା ବିଶିଷ୍ଟ ବିରାଟକାୟ ତୁଳସୀ ବୃକ୍ଷ ଦେଖି ନ ଥିବେ l ଦେଖନ୍ତୁ ଏହି ଗଛ ଟିକୁ ଏ ହେଉଛି ସାଲେପୁର ବ୍ଲକ ବାଲିସାହି ପଞ୍ଚାୟତ ର ଚିତ୍ରୋତ୍ପଳା ନଦୀ ପାଠରେ ଥିବା ଷାଠିଏ ଫୁଟ ଉଚ୍ଚତା ଦଶ ଫୁଟ ଗୋଳେଇ ଦଶ ଟିରୁ ଅଧିକ ଶାଖା ବିଶିଷ୍ଟ ଝଙ୍କାଳିଆ ତୁଳସୀ ଗଛ l

ଲୋକ ମୁଖରେ ଯାହାର ନାମ ରହିଛି ଗଙ୍ଗା ତୁଳସୀ l ଆଶ୍ଚର୍ଯ୍ୟ କର କଥା ହେଉଛି ଏହାର ପତ୍ର ହେଉଛି ତୁଳସୀ ପତ୍ର ସଦୃଶ୍ୟ କିନ୍ତୁ ଏହି ପତ୍ର ରେ ତୁଳସୀ ର ବାସ୍ନା ନାହିଁ ଆଖପାଖର ଲୋକେ ଏହି ପତ୍ର କୁ ପବିତ୍ର ମଣନ୍ତି l ସ୍ଥାନୀୟ ଲୋକ ମାନଙ୍କ କହିବା ଅନୁସାରେ 1999 ମସିହା ମହାବାତ୍ୟା ରେ ଏଠାରେ ଥିବା ମୂଳ ତୁଳସୀ ଗଛ ଯାହାର ଆକାର ଏହି ଗଛ ଠାରୁ ବୃହତ l

ସେହି ଗଛ ଟି ଉପୁଡି ଯିବା ପରେ ସେଥିରୁ ବାହାରିଛି ଏହି ଶାଖା ଗଛ l ଏହି ବୃକ୍ଷ ମୂଳରେ ଅସଂଖ୍ୟ ସର୍ପ ମାନ ଅଛନ୍ତି l ଯଦି କେହି ବ୍ୟକ୍ତି ଏହି ଗଛ ର ଡାଳକୁ କାଟନ୍ତି କି ଜାଳିବା ପାଇଁ ନିୟନ୍ତି ଗଛ ମୂଳରେ ଥିବା ସାପ ସବୁ ବାହାରନ୍ତି ଓ ସେହି ଲୋକକୁ ଜ୍ୱର ମଧ୍ୟ ହୁଏ l ଲୋକ ମାନଙ୍କ ବିଶ୍ୱାସ ରହିଛି ଏହା ହେଉଛି ସତ୍ୟ ଯୁଗ ର ତୁଳସୀ ଯାହା ଏବେ ଲୋକାୟତ ଅବସ୍ଥାରେ ରହିଛି l କଳି ଯୁଗ ସରି ସତ୍ୟ ଯୁଗ ଆସିଲେ ଏଥିରୁ ଆପଣା ଛାୟେ ତୁଳସୀ ର ବାସ୍ନା ବାହାରିବ ବୋଲି ଲୋକ ମାନଙ୍କ ବିଶ୍ୱାସ ରହିଛି l

Related posts

ବଢିଲା ବାତ୍ୟା ଆଶଙ୍କା

Odisha Halchal

ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା ହେବ ୩୪ଟି ନୂଆ ଅଦାଲତ

Odisha Halchal

ଶିଖରଚଣ୍ଡୀ ପାହାଡ଼ ତଳୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Odisha Halchal

Leave a Comment