ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଟି ମାଫିଆଙ୍କ ଦୌରାତ୍ମ୍ୟ ବିପଦରେ ଶାଗୁଣା ଘାଇ

ମାଟି ମାଫିଆଙ୍କ ଦୌରାତ୍ମ୍ୟ ବିପଦରେ ଶାଗୁଣା ଘାଇ

କେନ୍ଦ୍ରାପଡ଼ା :-ବଢ଼ୁଛି ମାଟି ମାଫିଆଙ୍କ ପାଦ୍ରୁଭାବ। ବେଆଇନ ମାଟି ଉଠାଣ ଫଳରେ ବିପଦ ପୂର୍ଣ୍ଣ ପାଲଟିଛି ଅଞ୍ଚଳ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଶାଗୁଣା ଘାଇର ପାଦଦେଶ ବିରୂପା ନଦୀ କୂଳରୁ ମାଟି ଉଠାଣ ପାଇଁ ଭୟରେ ସ୍ଥାନୀୟ ବାସିନ୍ଦା। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି।

ହେଲେ କିଛି ମାଟି ମାଫିଆ ପ୍ରସାଶନିକ ନିୟମକୁ ବେଖାତିରି କରି ଜେସିବି ସାହାଯ୍ୟରେ ମାଟି ତାଡି ନେଉଛନ୍ତି। ଯାହା ଫଳରେ ଶାଗୁଣା ଘାଇ ବନ୍ଧ ଦୁର୍ବଳ ହେବାରେ ଲାଗିଛି। ରାସ୍ତା ଦବିବା ସହ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହେଉଥିବା ଅଭିଯୋଗ ହେଉଛି। ଲଗାଣ ମାଟି ଉଠାଣ ଯୋଗୁ ୨୦୨୦ ମସିହାରେ ଶାଗୁଣା ଘାଇର ଦୁର୍ବଳ ନଦୀ ବନ୍ଧ ଭାଙ୍ଗିଥିଲା।

ଘାଇ ସୃଷ୍ଟି ହୋଇ ବେଣୀପୁର ଅଞ୍ଚଳ ବନ୍ୟା ପ୍ରଭାବିତ ହୋଇଥିଲା। ପରବର୍ତ୍ତୀ ସମୟରେ ନଦୀ ବନ୍ଧର ସୁରକ୍ଷା ଦୃଷ୍ଟି କୋଣରୁ ଏହି ନିଷିଦ୍ଧାଞ୍ଚଳରୁ ମାଟି ତାଡିବା ଉପରେ କଟକଣା ଲଗାଯାଇଥିଲା। ତେବେ ମାଟି ମାଫିଆଙ୍କ ଉପରେ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛି ଜିଲ୍ଲାପ୍ରଶାସନ। ବେଆଇନ ମାଟି ଉଠାଣ ଓ ଚାଲାଣ କୁ କେବେ ରୋକୁଛି ଜିଲ୍ଲା ପ୍ରଶାସନ ତାହା ଉପରେ ନଜର ରଖିଛନ୍ତି ସ୍ଥାନୀୟ ବାସିନ୍ଦା।

Related posts

ପୂର୍ବ ଶତ୍ରୁତାରୁ ଠେଙ୍ଗାରେ ପିଟିପିଟି ହତ୍ୟା

Odisha Halchal

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

Odisha Halchal

ଆଦର୍ଶ ମାହାଙ୍ଗା ପକ୍ଷରୁ ଓଏଏସ ବିଭୁପ୍ରସାଦଙ୍କୁ ସମ୍ବର୍ଦ୍ଧନା

Odisha Halchal

Leave a Comment