ଓଡ଼ିଶା ଖବରନ୍ୟୁଜ୍

କିନ୍ନରଙ୍କ ସହ ପ୍ରେମ

କିନ୍ନରଙ୍କ ସହ ପ୍ରେମ

କଳାହାଣ୍ଡି:-କିନ୍ନର ଙ୍କ ସହ ପ୍ରେମ, ବିବାହ ପ୍ରତିଶ୍ରୁତି , ସେକ୍ସ ଓ ଧୋକ୍କା, ନ୍ୟାୟ ପାଇଁ ଥାନାର ଦ୍ୱାରାସ୍ତ ।ସମସ୍ତେ ଜାଣନ୍ତି ପ୍ରେମ ଶ୍ବାସତ ଅନାବିଲ,ପ୍ରେମ ମାନେନି ଜାତି ଧର୍ମ, ବର୍ଣ୍ଣ, ଲିଙ୍ଗ ଆଉ ବାଡ଼ବନ୍ଧନ।ପ୍ରେମ କେତେବେଳେ ଯେ କାହା ସହ ହୋଇଯାଏ ତାହା କହିହୁଏ ନାହିଁ।କିନ୍ତୁ ଯେତେବେଳେ ପ୍ରେମ ପ୍ରତାରଣା ପଲଟିଯାଏ ତାପରେ ଦୁର୍ବିସହ ଜୀବନ ସହ ଜୀବନ ଅତିବାହିତ ହୁଏ।ଏମିତି ଏକ କନ୍ନରଙ୍କ ପ୍ରେମ କାହାଣୀ ଦେଖିବାକୁ ମିଳିଛି।

କିନ୍ନର ହୋଇ ମଧ୍ୟ ବୋହୁ ହେବାର ସ୍ୱପ୍ନ ଦେଖି ଜଣେ କିନ୍ନର ପ୍ରେମ ,ଶାରୀରିକ ସମ୍ପର୍କ ପରେ ପରେ ପ୍ରତାରଣା ର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁସାରେ ଗତ ଚାରି ବର୍ଷ ତଳେ ୨୦୧୯ ମସିହାଠାରୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସଦର ମହକୁମାର ଦେବଲିନା କିନ୍ନର ଓ ସମ୍ପୃକ୍ତ ଯୁବକ ଶିବା ଅଗ୍ରୱାଲ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା।ଦୁହିଁଙ୍କ ମଧ୍ୟରେ ଅନାବିଲ ପ୍ରେମ ସଂପର୍କ ରହିଥିବା ବେଳେ ପରିବାର ର ଅଜାଣତରେ ଗୋପନୀୟ ଭାବେ ଏକ ମନ୍ଦିରରେ ଦୁହିଁଙ୍କୁ ବିବାହ ବନ୍ଧନରେ ବାନ୍ଧିଥିଲା।ତାଙ୍କ ମଧ୍ୟରେ ସ୍ଵାମୀ ସ୍ତ୍ରୀ ଭଳି ସମ୍ପର୍କ ରହି ଆସୁଥିବା ବେଳେ ପ୍ରେମ କାହାଣୀ ଏକ ଭିନ୍ନ ମୋଡ଼ ନେଇଛି।

ଧୀରେ ଧୀରେ ପ୍ରେମରେ ସ୍ୱାଦ ମଳିନ ହେବାରେ ଲାଗିଥିବା ବେଳେ ପ୍ରେମିକ ଶିବା ଅନ୍ୟ ଏକ ଝିଅ ସହ କଥା ହେବାରେ ଲାଗିଥିଲେ।ଏହାକୁ ନେଇ ଶିବା ଓ ଦେବଲିନା ଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ବେଳେ ପ୍ରେମ ପ୍ରତାରଣାର ରୂପ ନେଇଥିଲା।ଏ ନେଇ କିନ୍ନର ତାଙ୍କ ପ୍ରେମିକ ଶିବାଙ୍କ ନାମରେ ଜୟପାଟଣା ଥାନାରେ ଲିଖିତ ଅଭିଯୋଗ ଦେଲା ପରେ ପୋଲିସ କେଶ ନମ୍ବର ୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ନାମରେ କେସ ନମ୍ବର ୩୪୧,୩୨୩ ଓ ୩୭୭ ଦଫା ଲଗାଇ ତଦନ୍ତ ଆରମ୍ଭ କରିଛି।ପିଡିତା କିନ୍ନର ଦେବଲିନା ଙ୍କ ଡାକ୍ତରୀ ମଇନା ହୋଇଥିବା ବେଳେ ଅଭିଯୁକ୍ତକୁ ଏପର୍ଯ୍ୟନ୍ତ ଥାନାରେ ହଜାର କରାଯାଇ ନାହିଁ।ତେବେ ଆଗକୁ କିନ୍ନର ଦେବଲିନା ଙ୍କୁ କିପରି ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

Related posts

ମମିତା ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ରାଧେ

Odisha Halchal

ଆସୁଛି ମହାବାତ୍ୟା ‘ସିତରଙ୍ଗ’,

Odisha Halchal

ସାମ୍ପୁ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ

Odisha Halchal

Leave a Comment