ଅପରାଧଓଡ଼ିଶା ଖବରନ୍ୟୁଜ୍

ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା ଉପରେ ଉଠିଛି ପ୍ରଶ୍ନ

ଆଶ୍ରମ ବିଦ୍ୟାଳୟ ଛାତ୍ର ମୃତ ନେଇ ଶିକ୍ଷକ ଶିକ୍ଷୟିତ୍ରୀ ଅବହେଳା ଉପରେ ଉଠିଛି ପ୍ରଶ୍ନ

ମାଲକାନଗିରି ଜିଲ୍ଲା:- ତାରିଖ ୧୬/୦୫/୨୦୨୨ ( ରିପୋର୍ଟ, କ୍ରିଷ୍ଣପଦୋ ରାୟ) ଖଇରପୁଟ ବ୍ଲକ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ୍ୟୁ । ସୂଚନା ଅନୂଯାୟୀ ଗତ ରାତିରେ ଶ୍ରୀଧର ଖେମୁଡୁ ନାମକ ଛାତ୍ର ଅସୁସ୍ଥ ହୋଇଥିଲେ । ଶ୍ରୀଧରଙ୍କ ଘର ନାକାମାମୁଡି ପଂଚାୟତର ନିଳାପାରି ଗ୍ରାମର ରାଜୁ ଖେମୁଡୁ ଙ୍କ ପୁଅ ବୋଲି ଜଣାପଡିଛି ।

ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଅବହେଳା ପାଈଁ ପୁଅର ମୃତ୍ୟୁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଅନୁପସ୍ଥିତ ରହୁଥିବା ବୋଲି ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଅଭିଯୋଗ କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ଶ୍ରୀଧରର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ସାଥି ଛାତ୍ରମାନେ ପ୍ରଥମେ ବିଦ୍ୟାଳୟରେ ଥିବା ଔଷଧ ଖାଇବାକୁ ଦେଇଥିଲେ ।

କିଛି ସମୟ ପରେ ବି ଦେହ ସୁସ୍ଥ ନହେବାରୁ ବିଦ୍ୟାଳୟର ପିଅନ ଓ ଛାତ୍ର ମାନେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ଖଇରପୁଟ ମେଡିକାଲକୁ ଆଣିଥିଲେ । ଖଇରପୁଟ ମେଡ଼ିକାଲରେ ଡାକ୍ତର ଛାତ୍ର ଜଣଙ୍କୁ ମୃତ ଘୋଷଣା କରିଥିଲେ । ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୃତ୍ୟୁ ଖବର ପାଇ ମେଡିକାଲ ରେ ପହଁଚିଥିଲେ ।

ଅବହେଳାରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହେବାପରେ ଡାକ୍ତରଖାନା ଏବଂ ବିଦ୍ୟାଳୟ ରେ ଉତ୍ତେଜନା ଦେଖାଦେଇଥିଲା ଖବରପାଇ ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ, ଓର୍କେଲ ପୋଲିସ, ମୁଦୁଲିପଡା ପୋଲିସ ଖଇରପୁଟ ବିଡିଓ, ଓ ତହସିଲଦାର ମେଡିକାଲରେ ପହଂଚିଛନ୍ତି । ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରଯାଉଥିବା ଜଣାପଡିଛି.।

Related posts

ମାଫିଆ ମାନଙ୍କ ଦିନରାତି ମାଟି ଚୋରା ଚାଲାଣ

Odisha Halchal

ବିପୁଳ ପରିମାଣର ଚୋରି ତମ୍ବା ତାର ଓ ଅନ୍ୟ ସାମଗ୍ରୀ ଜବତ

Odisha Halchal

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

Odisha Halchal

Leave a Comment