ଓଡ଼ିଶା ଖବରନ୍ୟୁଜ୍

ପାଣି ପାଇଁ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

ପାଣି ପାଇଁ ତଳମୁଣ୍ଡ ଚାଷୀଙ୍କ ରାଜପଥ ଅବରୋଧ

ନୂଆପଡା:-(ରିପୋର୍ଟ :-ଚେତୁଁରାମ ପ୍ରଧାନୀ )ବ୍ଳକ ପତୋରା ଅପର ଜୋଙ୍କ ଜଳ ଆବଣ୍ଟନ ବିବାଦ ତେଜିବାରେ ଲାଗିଛି । ଆଜି ସକାଳୁ ତଳମୁଣ୍ଡ ଚାଷୀ ରବିଚାଷ ପାଣି ପାଇଁ ଜାତୀୟ ରାଜପଥ ୩୫୩କୁ ସିଲଦା ଛକରେ ଅବରୋଧ କରିଛନ୍ତି ।ଗତ ଜାନୁୟାରୀ ୧ରେ ରବି ଚାଷ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକଳ୍ପରୁ ତଳମୁଣ୍ଡକୁ ପାଣି ଛାଡିଥିଲା । ଏହାକୁ ବିରୋଧ କରି ଉପରମୁଣ୍ଡ ଚାଷୀ ଜିରୋ ହେଡରୁ ପାଣି ଛାଡିବାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଗତ ୧୧ ଦିନ ହେବ ପତୋରା ମୁଖ୍ୟ କେନାଲରେ ପାଣିକୁ ବନ୍ଦ କରି ଧାରଣାରେ ବସିଛନ୍ତି । ଅନ୍ୟପକ୍ଷରେ ଆଜି ସକାଳୁ ତଳମୁଣ୍ଡ ଚାଷୀ ନୂଆପଡ଼ା ବ୍ଳକ ସିଲଦା ଛକ ଠାରେ ଜାତୀୟ ରାଜପଥ ୩୫୩କୁ ଅବରୋଧ କରିଛନ୍ତି । ଏହି ପ୍ରକଳ୍ପରେ ରବିଚାଷ ପାଇଁ ଗୋଟିଏ ବର୍ଷ ତଳମୁଣ୍ଡ ଓ ଗୋଟିଏ ବର୍ଷ ଉପରମୁଣ୍ଡ ଜଳ ସେଚନ ପାଇଁ ପାଣି ଯୋଗାଇ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହି ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଗତ ବର୍ଷ ଉପର ମୁଣ୍ଡ ଚାଷୀ ପାଣି ପାଇଥିବାରୁ ଚଳିତ ବର୍ଷ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇ ଦେବାର ନିୟମ ରହିଥିଲା । ଏଣୁ ଚଳିତ ବର୍ଷ ତଳମୁଣ୍ଡ ଚାଷୀଙ୍କ ପାଳି ହୋଇଥିବାରୁ ପାଣି ପଞ୍ଚାୟତ ୬ରୁ ୧୬କୁ ଜଳ ସେଚନ ସୁବିଧା ଯୋଗାଇ ଦେବାକୁ ଦାବୀ କରିଛନ୍ତି । ତଳମୁଣ୍ଡ ଚାଷୀଙ୍କୁ ପାଣି ନଛାଡିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଜିଲ୍ଲା ପ୍ରଶାସନକୁ ତଳମୁଣ୍ଡ ଚାଷୀ ଚେତାବନୀ ଦେଇଛନ୍ତି ।

ଏଭଳିପତୋରା ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପର ମୁଣ୍ଡ ଓ ତଳମୁଣ୍ଡ ମଧ୍ୟରେ ବିବାଦ ତେଜିବାରେ ଲାଗିଛି । ଏଣୁ ତୁରନ୍ତ ପାଣି ଆବଣ୍ଟନ ବିବାଦ ତୁଟାଇ ତଳମୁଣ୍ଡ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ଚାଷୀନେତା ରାଜେଶ ନିଗମ, ପ୍ରମୋଦ ସାହୁ, ପ୍ରେମଲାଲ ନାଏକ, ମନୋଜ ସାହୁ ପବନ ସାହୁ ପ୍ରମୁଖ ଚାଷୀ ଜିଲ୍ଲା ପ୍ରଶାସନ ନିକଟରେ ଦାବୀ ହୋଇଛି । ଏହି ଖବର ପାଇ ଉପଜିଲ୍ଲାପାଳ ରାମଚନ୍ଦ୍ର ଖଡ଼ିଆ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାର ମୋହନ ମୁଣ୍ଡ ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଥିଲେ । ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ନୂଆପଡ଼ା ଆଇଆଇସି ନିର୍ମଳ ପାଣିଗ୍ରାହୀ, ଜୋଙ୍କ ଆଇଆଇସି କୈଳାଶ ଚନ୍ଦ୍ର ସେଠି ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଇନ ଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

Related posts

ଟ୍ରକକୁ ଧକ୍କା ଦେଲା ବାଇକ୍‌ : ଜଣେ ମୃତ, ୨ ଗୁରୁତର

Odisha Halchal

କାଲିଠୁ ବଢ଼ିବ ତାତି, ଅସହ୍ୟ ହେବ ଗ୍ରୀଷ୍ମ ଲହରୀ

Odisha Halchal

ବଢୁଛି ଦନ୍ତା ହାତୀର ଦୌରାତ୍ମ୍ୟ,ଗାଁ ପସି ୨ ଜଣଙ୍କୁ କଚାଡ଼ି ମାରିଲା ହାତୀ

Odisha Halchal

Leave a Comment