ଓଡ଼ିଶା ଖବରନ୍ୟୁଜ୍

ହସ୍ତ ଶିଳ୍ପରେ ମାଟି କାରିଗରଙ୍କୁ ତାଲିମ

ହସ୍ତ ଶିଳ୍ପରେ ମାଟି କାରିଗରଙ୍କୁ ତାଲିମ

ମାଲକାନଗିରି :-ମାଟି ତିଆରି ଶିଳ୍ପ ଧିରେ ଧିରେ ଲୋପ ପାଇବାକୁ ବସିଥିବାରୁ କାରିଗରଙ୍କୁ ରୋଜଗାର ମଧ୍ୟ ଠପ୍ ହେବାକୁ ବସିଲାଣି। ଆଜିର ଆଧୁନିକ ଯୁଗରେ ପ୍ଲାଷ୍ଟିକ ସାମଗ୍ରୀର ଚାହିଦା ବୃଦ୍ଧି ଯୋଗୁଁ ଲୋକମାନେ ଆଗଭଳି ଆଉ ମାଟି ତିଆରି ଜିନିଷ ବ୍ୟବହାର କରୁନାହାଁନ୍ତି।ତେଣୁ ମାଟି କାରିଗରଙ୍କ ଜୀବିକା ଲୋପ୍ ପାଇବାକୁ ବସିଲାଣି।

ଏହି ଘଡ଼ି ସନ୍ଧି ମୂହୁର୍ତ୍ତରେ ରକାରୀ ସଂସ୍ଥା ଡିଜାଇନ ଏଣ୍ଡ ଟେକ୍ନୋଲୋଜି ଡେଭଲପମେଣ୍ଟ ପକ୍ଷରୁ ଜିଲ୍ଲାର ଶିଖାପାଲ୍ଲୀ ଠାରେ ମାଟି କାରିଗର ମାନଙ୍କୁ ତାଲିମ ପ୍ରଦାନ କରିବା ପାଇଁ ଅଣ୍ଟା ଭିଡିଛନ୍ତି। କଲିକତାରୁ ସ୍ବତନ୍ତ୍ର ଭାବେ ଡିଜାଇନର ଶ୍ରୀ ସୁଦିପ୍ତ ଘୋଷ ଏଠାରେ ରହି କିଛି ଡିଜାଇନର ତାଲିମ ପ୍ରଦାନ କରୁଛନ୍ତି। ସାଧାରଣତଃ ବଜାରରେ, ଆଜି କାଲି ଲୋକେ କିଛି ନୂତନ ଡିଜାଇନ୍ ର ବସ୍ତୁ ଖୋଜିଥାନ୍ତି।

ଏଥି ସହିତ କଲଷ୍ଟର କଡିନାଟର ହେଣ୍ଡିକ୍ରାଫଟ ବିଭାଗର ରାମକୃଷ୍ଣ ଚୌଧୁରୀଙ୍କ ତତ୍ତ୍ଵାବଧାନରେ ଶିଖାପାଲ୍ଲୀର ତାଲିମ କେନ୍ଦ୍ରରେ ତାଲିମ ପ୍ରଦାନ କରାଯାଉଛି।ଶିଖାପାଲ୍ଲୀ ଗ୍ରାମର ଏହି କୁମ୍ଭାର ମାନଙ୍କୁ ଦୁଇ ମାସ ତାଲିମ ପ୍ରଦାନ କରାଯିବା ପରେ ସେମାନଙ୍କୁ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯିବ। ଏହି ତାଲିମ ଶେଷ ହେବା ପରେ ସେମାନେ ଜଣେ ଜଣେ ସଂଗଠିତ କୁମ୍ଭାର ଭାବେ ପରିଚିତ ହେବେ ବୋଲି ସେ କହିଛନ୍ତି। ପରେ ଯଦି ସେମାନେ ଚାହିଁବେ ତା’ହେଲେ ସରକାରଙ୍କ ପକ୍ଷରୁ ରୁଣ ନେଇ ସେମାନଙ୍କ ବ୍ୟବସାୟର ଉନ୍ନତି କରି ପାରିବେ।

Related posts

ନା ଜାତକ, ନା ଜାତିଗୋତ୍ର; କନିଆ ସାଜିଲେ ୨ ଅନାଥ ଝିଅ

Odisha Halchal

ଲୋକଙ୍କ ଆସ୍ଥା ହରାଉଛି କି ଡାକ ବିଭାଗ

Odisha Halchal

ଗୁପ୍‌ଚୁପ୍‌ ଖାଇ ବାକି ଟଙ୍କା ଦେଇ ନ ଥିବାରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ

Odisha Halchal

Leave a Comment