ଅପରାଧଓଡ଼ିଶା ଖବରନ୍ୟୁଜ୍

ମାନସ ସ୍ୱାଇଁ ହତ୍ୟା ମାମଲା : ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

ମାନସ ସ୍ୱାଇଁ ହତ୍ୟା ମାମଲା ଘଟଣାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି

ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାର ଖିଅ ଆହୁରି ଜଟିଳ ହେବାର ଲାଗିଛି । ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ସଂପୂର୍ଣ୍ଣା ମାଲିକାଣୀ ଶର୍ମିଷ୍ଠାଙ୍କ ଖୋଜ ଖବର ମିଳିନି । ତେବେ ତାଙ୍କର ହାଇପ୍ରୋଫାଇଲ୍‌ ଲିଙ୍କ ନେଇ ଚର୍ଚ୍ଚା ବଢୁଛି । କିଛି ରାଜନେତାଙ୍କ ତାଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଘୁରୁଛି । ଆଉ ଏକ ବଡ଼ ସୁରାକ ହେଲା , ମାମଲାରେ ଆଉ ଜଣେ ମହିଳାଙ୍କ ସଂପୃକ୍ତି ସନ୍ଦେହ । ସଂପୃକ୍ତ ମହିଳାଙ୍କ ସଂପୃକ୍ତି ନେଇ କିଛି ଠୋସ୍‌ ସୂଚନା ମିଳିଛି । ସମ୍ପୃକ୍ତ ମହିଳା ଜଣଙ୍କ ଏୟାରଫିଲଡ଼ ଥାନା ବିରିବନ୍ଧରେ ରହୁଥିଲେ । ତାଙ୍କ ନାମ ଝୁନା ବୋଲି କୁହାଯାଉଛି । ଘଟଣା ପରଠାରୁ ତାଙ୍କର ପତ୍ତାନାହିଁ । ସେ ମୁଖ୍ୟ ସନ୍ଦିଗ୍ଧ କୁହାଯାଉଥିବା ଶର୍ମିଷ୍ଠାଙ୍କ ସହ ସ୍କୁଟିରେ କେଉଁଆଡ଼େ ଚାଲିଯାଇଥିବା କୁହାଯାଉଛି । ଘରୁ ଯିବା ପରେ ସେ ପରିବାର ଲୋକଙ୍କୁ ଫୋନ କରି ୫ ଦିନ ବାହାରେ ରହିବେ ବୋଲି କହିଥିଲେ ।

ପୋଲିସ ଏହି ସବୁ ସୂଚନା ଭିତରେ ତଦନ୍ତ କରୁଥିବା ଜଣାଯାଇଛି । ମୁଖ୍ୟ ସନ୍ଦିଗ୍ଧଙ୍କ ପାଖରେ ପହଞ୍ଚିଗଲେ, ମାନସ ହତ୍ୟା କାରଣ ଜଣାପଡିବ । ସେହି ବିବାଦୀୟ ଚିପ୍‌ରେ କାହା ଫଟୋ ଓ ଅଶ୍ଲୀଳ ଭିଡିଓ ଥିଲା ? ଏହି ଫଟୋ ଓ ଭିଡିଓ ପାଇଁ ମାନସ ବ୍ଲାକ ମେଲିଂ କରୁଥିଲେ କି ? ମୁଖା ଖୋଲିଯିବା ଭୟରେ ମାନସଙ୍କୁ ହତ୍ୟା କରାଯାଇଛି କି ? ଏହି ହତ୍ୟା ଷଡଯନ୍ତ୍ରରେ ଆଉ କିଏ ପ୍ରଭାବଶାଳୀ ଅଛନ୍ତି କି ? ଶର୍ମିଷ୍ଠା ଆଉ ଝୁନା ଏବେ କେଉଁଠି ? ଏସବୁ ଅନେକ ପ୍ରଶ୍ନ ସହ ପୋଲିସର ତଦନ୍ତ କେଉଁ ରାସ୍ତାରେ ଯାଉଛି ତାହାବି ଏକ ପ୍ରଶ୍ନ । ସବୁ ପରେ ବି ଏହା ଜରୁରି ଯେ, ହତ୍ୟାକାରୀଙ୍କୁ ଧରି ମାନସର ପରିବାରକୁ ନ୍ୟାୟ ଦିଆଯିବା ଦରକାର । ଅସହାୟ ପରିବାର ରୋଜଗାରିଆ ପୁଅକୁ ହରାଇ ସମ୍ମୁଖୀନ ହୋଇଥିବା କ୍ଷତିର ଭରଣା କରାଯିବା ବି ଦରକାର ।

Related posts

ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳୀନ ଶବ୍ଦ ପ୍ରୟୋଗ, ୩ ବିଜେପି ବିଧାୟକ ନିଲମ୍ବିତ

Odisha Halchal

ସକ୍ରିୟ ଘୂର୍ଣ୍ଣିବଳୟ: ପ୍ରବଳ ବର୍ଷା ଓ କାଳବୈଶାଖୀ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

ପୁଣି ବିବାଦ ଘେରକୁ ଆସିଛନ୍ତି ଶ୍ରମ ମନ୍ତ୍ରୀ

Odisha Halchal

Leave a Comment