ଓଡ଼ିଶା ଖବରନ୍ୟୁଜ୍

ଖ୍ରୀଷ୍ଟିୟାନ ହସ୍ପିଟାଲ ଠାରେ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ସୁବିଧା

ଖ୍ରୀଷ୍ଟିୟାନ ହସ୍ପିଟାଲ ଠାରେ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ସୁବିଧା

ରାୟଗଡା:-ବିଷମକଟକ ବ୍ଲକ,ଆଜି ଶୁଭାରମ୍ବ ହଇଯାଇଅଛି l ଆସନ୍ତା ୧୬ ତାରିଖ ଠାରୁ ଏହି ଯୋଜନା ଏଠାରେ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି l ଏଣି କି ଏହି ଯୋଜନା ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଗରିବ ଲୋକ ଏହି ଯୋଜନାର ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରିବେ l ପ୍ରତ୍ୟକ ଗରିବ ପରିବାର ପାଇଁ ମାଗଣାରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସାହାଯ୍ୟ ରହିଅଛି l

ଏହି ମେଡିକାଲ ରାୟଗଡା ଜିଲ୍ଲାର ଏକ ପ୍ରମୁଖ ହସ୍ପିଟାଲ ହଇଥିବା ବେଳେ ଲୋକଙ୍କୁ ଉଚିତ ସେବା ଯୋଗେଇ ଦେଇ ଆସୁଛି l ଆଜିଠାରୁ ରାଜ୍ୟ ସରକାରଙ୍କ ବିଜୁ କଲ୍ୟାଣ ସୁବିଧା ଏହି ହସ୍ପିଟାଲ ମାଧ୍ୟମରେ ଲୋକଙ୍କୁ କେମିତି ଉତ୍ତମ ସ୍ବାସ୍ଥ ସୁବିଧା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ଡାକ୍ତର ଜୋନି l

ଏହି କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ସେମେତ ରାୟଗଡା ସିଡିଏମ ଓ ଏବଂ ବିଷମକଟକ ଖ୍ରୀଷ୍ଟିୟାନ ହସ୍ପିଟାଲ ର ଡାକ୍ତର ଜୋନି ଓ ହସ୍ପିଟାଲ ସୁପ୍ରିଟେଣ୍ଡେଣ୍ଟ ଡାକ୍ତର ସୁନୀଲ କୁମାର ବିଷମକଟକ ବି ଡି ଓ ସଦାଶିବ ନାୟକ, ବିଷମକଟକ ଥାନା ସେକେଣ୍ଡ ଅଫିସର ପିସ୍କା ଓଝା, ବ୍ଲକ ଉପାଧ୍ୟକ୍ଷା ଯଶୋଧା ହୁଇକା,ଉପଉପାଧ୍ୟକ୍ଷ ଦେବୀପ୍ରସାଦ ପଟନାୟକ, ବରିଷ୍ଠ ଆଇନ ଯିବି ଦିଲ୍ଲୀପ ପଟ୍ଟନାୟକ ଓ ବିଷମକଟକ ବିଜେଡି ଦଳ ନେତା ନାନୁ ପଣ୍ଡା, ଶିବା ଏବଂ ବ୍ଲକ ସମସ୍ତ ସରପଞ୍ଚ,ସମିତି ମେମ୍ବର ଓ ହସ୍ପିଟାଲ ଷ୍ଟାଫ୍ ବୁଦ୍ଧିଜୀବୀ ସମେତ ଅଞ୍ଚଳର ଲୋକେ ଯୋଗ ଦେଇଥିଲେ l

Related posts

ସବୁ ମନ୍ତ୍ରୀଙ୍କଠୁ ଇସ୍ତଫା ନେଲେ ନବୀନ, ରବିବାର ଶପଥ ନେବେ ନୂଆ ମନ୍ତ୍ରୀ

Odisha Halchal

ହଲିଉଡ୍‌ ଅଭିନେତ୍ରୀ ପୁଟିନ୍‌ଙ୍କୁ ନେଇ ସେୟାର କଲେ ଭିଡିଓ

Odisha Halchal

ଖେଳକୁ ନେଇ କଲେଜ ପରିସରରେ ମହାଭାରତ

Odisha Halchal

Leave a Comment