ଅପରାଧଓଡ଼ିଶା ଖବରନ୍ୟୁଜ୍

ଫାର୍ମପଣ୍ଡ ନାମରେ ମହାଦୁର୍ନୀତି

ଫାର୍ମପଣ୍ଡ ନାମରେ ମହାଦୁର୍ନୀତି

ବୌଦ୍ଧ(ଓଡିଶା ହାଲଚାଲ):-ଫାର୍ମପଣ୍ଡ ନାମରେ ମହାଦୁର୍ନୀତି ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ସାୟାଯ୍ୟ ରେ କରାଯାଉଛି କାମ ଦିନ ଦିପହରେ ଖୁଲମ ଖୁଲା ବେଧଡକ ଭାବେ ଚାଲିଛି କାମ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅନ୍ତର୍ଗତ ଆମ୍ବଗାଁ ଗ୍ରାମ ପଞ୍ଚାୟତ ର ଦେଢ଼େଣମାଲ ଗ୍ରାମରେ ଶ୍ରମିକ ବଦଳରେ ଜେସିବି ଓ ଟ୍ରାକ୍ଟର ସାହାଯ୍ୟରେ ଏନ ଆର ଜିଏସ କାମ l

ସରକାର ଗରିବ ଖଟିଖିଆ ଦିନ ମଜୁରିଆ ନିରୀହ ଲୋକଙ୍କ ପାଇଁ ପେଟକୁ ଦିମୂଠା ଦାନା ପାଇଁ ଯୋଜନା ଉପରେ ଯୋଜନା କରୁଥିବା ବେଳେ ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ଠିକାକାଦାର ମାନଙ୍କ ଭାବ ଭ୍ରମଣ ଯୋଗୁଁ ଗରିବ ମାନଙ୍କ ମୁହଁରୁ ହସ ଛଡାଇ ନେଉଛନ୍ତି l ଏସବୁ ଯୋଜନା କାହାପାଇଁ ବୋଲି ଲୋକ ମାନଙ୍କ ପ୍ରଶ୍ନ ବାଜି ସୃଷ୍ଟି କରୁଛି l

ହୁଏତ ସରକାରଙ୍କର ଜେଷ୍ଟ ପୁତ୍ର ପରି ପିତୃଅର୍ଜିତ ସମ୍ପତି ପରି ଯେମିତି ମନଇଛା ସେମିତି କରିଛନ୍ତି ଏସବୁ ଦୁର୍ନୀତି ବିଷୟରେ ଯିଏ କେହିବି ପାଟି ଫିଟେଇଲେ ସିଧା ଧମକ ଚମକ ଦେଉଛନ୍ତି l  ଏହି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଓ ଠିକାଦାରଙ୍କ ଉପରେ ପ୍ରଶାସନ କେବେ ପଦକ୍ଷେପ ନେବେ ଦେଖିବାକୁ ବାକିରହିଲା l

Related posts

କିଭ୍‌ରେ ରୁଷିଆ ସେନାର ଗୁଳିବର୍ଷା

Odisha Halchal

ପିକଅପ ଗାଡିର ଜୋରଦାର ଧକ୍କା

Odisha Halchal

ରାଜ୍ୟକୁ ପୁଣି ଫେରିବ ତାତି, ଦିନବେଳା ୨ରୁ ୩ଡିଗ୍ରୀ ତାପମାତ୍ରା ବଢିବା ସମ୍ଭାବନା

Odisha Halchal

Leave a Comment