ଓଡ଼ିଶା ଖବରନ୍ୟୁଜ୍

ପିକଅପ ଗାଡିର ଜୋରଦାର ଧକ୍କା

ପିକଅପ ଗାଡିର ଜୋରଦାର ଧକ୍କା

କଳାହାଣ୍ଡି:-ଜାତୀୟ ରାଜପଥ ୨୬ କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ମହାଜନଗୁଡା ଶିଉନି ଗାଁ ମଝିରେ ରବିବାର ସନ୍ଧ୍ୟାରେ ଏକ କାକୁଡି ବୋଝେଇ ପିକଅପ ଗାଡି ନମ୍ବର ଓଡ଼ି୧୭ ଏନ.୮୯୮୭ ଧକ୍କା ଦେବାରୁ ବାଇକ(ଓଡ଼ି୦୮ ୯୪୯୩) ରେ ଥିବା ଦୁଇ ଜଣ ଯୁବକ ଙ୍କ ମଧ୍ୟରୁ ଘଟଣାସ୍ଥଳରେ ଜଣେ ଯୁବକ ର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି।ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ମାନେ ମାନବିକତା ଦେଖାଇ ୧୦୮ ଆମ୍ବୁଲାନ୍ସ କୁ ଖବର ଦେବାସହ ଆମପାଣି ପୁଲିସ କୁ ସୂଚନା ଦେଇଥିଲେ।

ପରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ରୁ ଫେରୁଥିବା କୋକସରା ବିଡ଼ିଓ ଦେବବ୍ରତ କରାଟି, ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଓ ସାମ୍ବାଦିକ ମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ସହ ଗୁରୁତର ଯୁବକ କୁ ୧୦୮ ଆମ୍ବୁଲାନ୍ସ ରେ କୋକସରା ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିବା ବେଳେ ଆମପାଣି ପୋଲିସ ଗାଡିରେ ମୃତ ଯୁବକ ଙ୍କ ଶବ କୁ ଡାକ୍ତରଖାନା କୁ ଆଣିଥିଲେ। ଦୁର୍ଘଟଣାରେ ମୃତ ଓ ଗୁରୁତର ଯୁବକ କୋକସରା ଥାନା ବାଟିଗୁଡା ର ଦୁର୍ଯ୍ୟୋଧନ ଧଙ୍ଗଡା ମାଝୀ(୨୧)ଓ ଗୁରୁତର ଚିଣ୍ଟୁ ବାଗ (୨୨) ବୋଳି ଜଣାପଡିଛି।

ଗୁରୁତର ଯୁବକ କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଅତି ସଙ୍କଟାପନ୍ନ ଥିବାରୁ ଡାକ୍ତର ପରୀକ୍ଷା କରିବା ପରେ ଭବାନୀପାଟଣା ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି। ତେବେ ଦୁର୍ଘଟଣା ସମ୍ପର୍କରେ ଆଗୁଆ ସୂଚନା ପାଇ ଦୁର୍ଘଟଣା ପରେ ଫେରାର ହେଉଥିବା ପିକ ଅପ ଗାଡି କୁ କୋକସରା ପୁଲିସ ଧରି ଅଟକ ରଖିଥିବା ବେଳେ ପିକଅପ ଗାଡି ଜଗଦଲପୁର ରୁ କଟକ କୁ କାକୁଡି ବୋଝେଇ କରି ନେଉଥିବା ବେଳେ ଦୁର୍ଘଟଣା କରିଛି। ଗାଡି ର ଡ୍ରାଇଭର ଅଜୟ କେଉଟ (୨୩) କୁ ଅଟକ ରଖିଥିବା ଜଣାପଡିଛି।ଆମପାଣି ପୁଲିସ ଘଟଣା ର ତଦନ୍ତ ଜାରି ରଖିଛି।

Related posts

ମା’ ଦୁର୍ଗାଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ

Odisha Halchal

କେଉଁ ପଇସାରେ ନବୀନ ପଟ୍ଟନାୟକ ଇଟାଲୀ ଯାଇଥିଲେ?

Odisha Halchal

ଭାରତର ପ୍ରଥମ ମଙ୍କିକ୍ସ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

Odisha Halchal

Leave a Comment