ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

‘Bhool Bhulaiyaa-2’ ହିଟ୍‌ ହେବା ପରେ ଗଙ୍ଗା ଆରତୀରେ ହେଲେ ସାମିଲ

‘Bhool Bhulaiyaa-2’ ହିଟ୍‌ ହେବା ପରେ ଗଙ୍ଗା ଆରତୀରେ ହେଲେ ସାମିଲ

ନିକଟରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ୍‌ ଭୁଲେୟାଁ-୨’ ରିଲିଜ୍‌ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । କୁହାଯାଉଛି ଖୁବ୍‌ ଶୀଘ୍ର ୧୦୦ କୋଟି ଆଡକୁ ଛୁଇଁବାକୁ ଯାଉଛି । ଏଭଳି ପରିସ୍ଥିତିରେ ନିର୍ମାତା ଭୂଷଣ କୁମାର ଫିଲ୍ମର ସଫଳତାକୁ ଦେଖି ଏତେ ଖୁସି ଯାଇଥିଲେ ଯେ କାର୍ତ୍ତିକଙ୍କ ସହ ବାରଣାସିରେ ପହଞ୍ଚିଛନ୍ତି । ଦୁହେଁ ସେଠାରେ ଭଗବାନ ଶିବଙ୍କୁ ଦର୍ଶନ କରିବା ସହିତ ଗଙ୍ଗା ଆରତୀ ମଧ୍ୟ କରିଛନ୍ତି। ଏନେଇ କାର୍ତ୍ତିକ ତାଙ୍କ ସୋସିଆଲ ମିଡିଆରେ ଆକାଉଣ୍ଟରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଥିବା ଦେଖିବାକୁ ମିଳୁଛି।

ତେବେ ଫିଲ୍ମର ଅପାରସଫଳତା ପରେ କାର୍ତ୍ତିକ ଆର୍ଯ୍ୟନ ବାରଣାସିରେ ପହଞ୍ଚିଥିଲେ। ସେଠାରେ ସେ ଭୂଷଣ କୁମାରଙ୍କ ସହ କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ ପରେ ଗଙ୍ଗା ଆରତୀରେ ମଧ୍ୟ ଭାଗ ନେଇଥିଲେ। ହେଲେ ପୋଲିସ୍‌ ସୁରକ୍ଷା ଥାଇ ମଧ୍ୟ ଭିଡ ଅନିୟନ୍ତ୍ରିତ ହେବାରୁ ପ୍ରଥମେ ମନା କରି ଦେଇଥିଲେ। ପରେ ଆଳତୀରେ ସାମିଲ୍‌ ହୋଇଥିଲେ । ଏନେଇ କାର୍ତ୍ତିକ ସୋସିଆଲ ମିଡିଆରେ ତାଙ୍କ ଦର୍ଶନ ସହ ଜଡିତ କିଛି ସ୍ବତନ୍ତ୍ର ଫଟୋ ମଧ୍ୟ ସେୟାର କରିଛନ୍ତି।

କାର୍ତ୍ତିକଓ କିଆରାଙ୍କ ଫିଲ୍ମ ୱାର୍ଲ୍ଡୱାଇଡ୍‌ରେ ଜଲୱା ଦେଖାଉଛି । ଦୁହିଁଙ୍କ ଅଭିନୟର ଯାଦୁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛି । ଆଶା କରାଯାଉଛି ଯେ ଏହି ସପ୍ତାହ ଶେଷ ସୁଦ୍ଧା ଏହି ଚଳଚ୍ଚିତ୍ର ୧୦୦ କୋଟି ଅତିକ୍ରମ କରିବ।

Related posts

ସରିଆସିଲାଣି କୋଭିସିଲ୍ଡ ଷ୍ଟକ୍, ଆଉ ୨ ଦିନ ପର୍ଯ୍ୟନ୍ତ ହୋଇପାରିବ ଟିକାକରଣ

Odisha Halchal

ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି?

Odisha Halchal

ଗ୍ରାମ ପଞ୍ଚାୟତରେ ପ୍ରତି ହିତାଧିକାରୀଙ୍କୁ ପଞ୍ଚାଇଲେ ପେନସନ

Odisha Halchal

Leave a Comment