ଓଡ଼ିଶା ଖବରନ୍ୟୁଜ୍

ମାଲ୍ୟବନ୍ତ ପଲିଶ୍ରୀ ମେଳାରେ ପୋଲିଥିନ ମୁକ୍ତ ଓ ବାସିଖାଦ୍ୟ ବନ୍ଦ ନେଇ ଚଢାଉ

ମାଲ୍ୟବନ୍ତ ପଲିଶ୍ରୀ ମେଳାରେ ପୋଲିଥିନ ମୁକ୍ତ ଓ ବାସିଖାଦ୍ୟ ବନ୍ଦ ନେଇ ଚଢାଉ

ମାଲକାନଗିରି :-(ରିପୋର୍ଟ :- କ୍ରିଷ୍ଣପଦ ରାୟ) ଜିଲ୍ଲାରେ ଏବେ ଚାଲିଛି ମାଲ୍ୟବନ୍ତ ମହୋତ୍ସବ।ମାଲ୍ୟବନ୍ତ ପଡିଆରେ ଚାଲିଛି ପଲିଶ୍ରୀ ମେଳା।ପଲିଶ୍ରୀ ମେଳାରେ ଯେପରି ବ୍ୟବସାୟୀମାନେ ପୋଲିଥିନ ବ୍ୟବହାର ନକରିବେ ସେଥିପ୍ରତି ଦୃଷ୍ଟି ଦେବା ସହ ଲୋକଙ୍କୁ ବାସି ଖାଦ୍ୟ ଯେପରି ଦିଆନଯିବ ସେନେଇ ଆଜି ପୌର ପରିଷଦ ଏବଂ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ଚଢାଉ କରାଯାଇଥିଲା।

ବ୍ୟବସାୟୀମାନେ ବ୍ୟବହାର କରୁଥିବା ପୋଲିଥିନକୁ ଜବତ କରିବା ସହ ହୋଟେଲଗୁଡିକରେ ଯେପରି ବାସି ଖାଦ୍ୟ ସଂଚୟ ନହୁଏ ସେଥିପାଇଁ ତାଗିଦ କରାଯାଇଥିଲା।ହଜାର ହଜାର ଲୋକେ ପଲିଶ୍ରୀ ମେଳାରେ ନିଜର ମନପସନ୍ଦର ଖାଦ୍ୟ ଖାଉଥିବାରୁ ଲୋକଙ୍କ ସାସ୍ଥ୍ୟ ପ୍ରତି ଦୃଷ୍ଟି ଦେବାକୁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଛି।ଖାଦ୍ୟ ନିରାପତ୍ତା ଅଧିକାରୀ ବିଭିନ୍ନ ହୋଟେଲରେ ଚଢାଉ କରିଥିଲେ।କିଛି ହୋଟେଲରେ ବାସି ଖାଦ୍ୟ ରହିଥିବାରୁ ସେଗୁଡିକ ଫିଙ୍ଗିବା ପାଇଁ ନିର୍ଦେଶ ଦିଆଯାଇଥିଲା

ସବୁ ଦୋକାନରେ ଡଷ୍ଟବିନ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା।ସେହିପରି ପୌର ପରିଷଦର ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ପଟନାୟକ ବିଭିନ୍ନ ଦୋକାନରେ ଚଢାଉ କରି ପୋଲିଥିନ ଜବତ କରିଥିଲେ।ତେବେ ପଲିଶ୍ରୀ ମେଳାରେ ଯେପରି ଲୋକେ ଠକାମୀର ଶିକାର ନହେବେ ସେଥିପ୍ରତି ଦୃଷ୍ଟି ଦିଆଯାଇଥିଲା।ସେହିପରି ଅଗ୍ନଶମ ଅଧିକାରୀ କମଳ ଗୌଡ ମଧ୍ୟ ପଲିଶ୍ରୀ ମେଳାରେ ବୁଲି ଯେପରି ଅଗ୍ନି ନିରାପତ୍ତାକୁ ଧ୍ୟାନ ଦିଆଯିବ ତାହାର ତଦାରଖ କରିଥିଲେ।ତେବେ ଏଥିରେ ଅମନ୍ୟ ହେଲେ ଜୋରିମାନା ସହ ଦଣ୍ଡ ଭୋଗିବେ ବୋଲି ଚେତାବନୀ ଦିଆଯାଇଛି

Related posts

ଦ୍ୱିତୀୟ ଇନିଂସ୍‌ରେ ଯୋଗୀଙ୍କ ବଡ ଘୋଷଣା, ବଢ଼ିଲା ମାଗଣା ରାସନ ଯୋଜନା

Odisha Halchal

‘ଖୁଦା ହାଫିଜ’ର ଗୀତକୁ ନେଇ ବିବାଦ, ବଦଳିଲା ଶବ୍ଦ

Odisha Halchal

ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

Odisha Halchal

Leave a Comment