ଓଡ଼ିଶା ଖବରନ୍ୟୁଜ୍

କଳଚୁରୀ କଳାର ସେନା ର ଯୁବ ସମ୍ମିଳନୀ

କଳଚୁରୀ କଳାର ସେନା ର ଯୁବ ସମ୍ମିଳନୀ

କଳାହାଣ୍ଡି:- ଗୋତମୁଣ୍ଡା ଧାନ ମଣ୍ଡି ପରିସରରେ କଳାହାଣ୍ଡି କଳଚୁରୀ କଲାର ସେନା ପକ୍ଷରୁ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଖ୍ୟା ଳଘୁ ସମାଜ ଭାବରେ ବିଭିନ୍ନ ସମୟରେ ପଛୁଆ ହୋଇ ରହିଯାଇଥିବା ବେଳେ ଳୋକ ଳୋଚନ ହୋଇପାରିନଥିବା,କ୍ଷତ୍ରିୟ ଶହସ୍ରାର୍ଜୁନ ମହାପ୍ରଭୁଙ୍କ ବଂଶଜ ଓଡ଼ିଶା ରେ କ୍ଷତ୍ରିୟ ବଂଶଜ ଙ୍କ ବାର୍ତ୍ତା ପହଞ୍ଚି ପାରିନାହିଁ।

ସଭା ର ମୁଲ ଉଦ୍ଦେଶ୍ୟ ଥିଲା ଶିକ୍ଷା ର ବିକାଶ,ଆର୍ଥିକ ବିକାଶ, ସଂଗଠିତ ସମାଜ,ଶୃଙ୍ଖଳିତ ସମାଜ ଗଠନ । କଳାହାଣ୍ଡି କଳଚୁରୀ କଳାର ସେନା ପକ୍ଷରୁ ଆୟୋଜିତ ସଭାରେ ଛତିଶଗଡ଼ ଓ କଳାହାଣ୍ଡି ର ବିଭିନ୍ନ ପ୍ରାନ୍ତରୁ କଲଚୁରୀ କଲାର ସମାଜ ର ସଦସ୍ୟ ଉପସ୍ଥିତ ଥିଲେ।ସଭାରେ ସଭାପତିତ୍ବ କରିଥିଲେ।

ଚୁଡ଼ାମଣି ନାୟକ,ମଞ୍ଚ ପରିଚାଳନା କରିଥିଲେ କଳିଙ୍ଗ କଳଚୁରୀ କଳାର ସେନା ପ୍ରଦେଶ ସଂଯୋଜକ ବିରଞ୍ଜନ ନାୟକ, କଳାହାଣ୍ଡି କଳଚୁରୀ କଳାର ସେନା ର ନୁତନ କର୍ମକର୍ତ୍ତା ଚୟନ କରିଥିଲେ। ସଭାପତି ଚୂଡାମଣି ନାଏକ, ଉପସଭାପତି ପୁର୍ଣ୍ଣଚନ୍ଦ୍ର ନାଏକ, ସମ୍ପାଦକ ଭାରତ ବିଶି , ସହ ସମ୍ପାଦକ ବାଳକୃଷ୍ଣ ବିଶି, କୋଷାଧ୍ୟକ୍ଷ ହେମନ୍ତ ବିଶି। ଏବଂ ସଭା ଶେଷରେ ପୁର୍ଣ୍ଣଚନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Related posts

ପୋଲିସ୍ ଦ୍ଵାରା ୩ ନାବାଳକ ସହ ୧୦ ଦାଦନ ଶ୍ରମିକ ଉଦ୍ଧାର

Odisha Halchal

ଭୋଟ୍ ଦେବାର ନିଶା ୯୦ବର୍ଷ ବୟସ୍କା ବୃଦ୍ଧାଙ୍କୁ କାନ୍ଧରେ ବୋହି ଆଣିଲେ ନାତି

Odisha Halchal

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

Odisha Halchal

Leave a Comment