ଓଡ଼ିଶା ଖବରନ୍ୟୁଜ୍

ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

ମଧୁବାବୁ ପେନସନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

କଳାହାଣ୍ଡି(ଓଡିଶା ହାଲଚାଲ):-ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାର ପକ୍ଷରୁ ମଧୁବାବୁ ପେନସନ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଶନିବାର ଗୋଲାମୁଣ୍ଡା ବ୍ଲକର ୯ଟି ପଞ୍ଚାୟତରେ ୪୮୮ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି ।

ବୃନ୍ଦାବହାଲ ପଞ୍ଚାୟତ ଠାରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ସମ୍ମାନିତ ଅତିଥି ବ୍ଲକ ଅଧ୍ୟାକ୍ଷ ବିନ୍ଦୁ ମହାନନ୍ଦ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ବୃନ୍ଦାବହାଲ ପଞ୍ଚାୟତ ସରପଞ୍ଚ ଇଂ ଦୀନେଶ କୁମାର ରାଉତ, ଜୋନଂ-୧ ଜିଲ୍ଲାପରିଷଦ ହେମାଙ୍ଗୀନ ରାଉତ, ସମିତି ସଭ୍ୟ ଗୋରେଖ ବିଶି ପ୍ରମୁଖଙ୍କ ଉପସ୍ଥିତିରେ ବୃନ୍ଦାବାହାଲ ପଞ୍ଚାୟତରେ ୮୧ ଜଣ ହିତାଧିକାରୀଙ୍କୁ ବିଧାୟକ ଓ ବ୍ଲକ ଅଧ୍ୟକ୍ଷ ଭତ୍ତା ପ୍ରମାଣପତ୍ର ସହ ୫ ଶହ ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି ।

ସେହିପରି ଗଣ୍ଡାମେହେର ପଞ୍ଚାୟତ ଠାରେ ୪୯ ଜଣ, ଗୋଲାମୁଣ୍ଡା ପଞ୍ଚାୟତରେ ୬୩ ଜଣ,ନକଟିକାନି ପଞ୍ଚାୟତରେ ୫୨ ଜଣ, ଖଲିଆକାନି ପଞ୍ଚାୟତରେ ୨୮ ଜଣ, ମାଂଝରି ପଞ୍ଚାୟତରେ ୫୦ ଜଣ, ଉଦେଶ୍ରୁଙ୍ଗ ପଞ୍ଚାୟତରେ ୩୯ ଜଣ, ଚପରିଆ ପଞ୍ଚାୟତରେ ୯୦ ଜଣ,ଚିଚିଆ ପଞ୍ଚାୟତରେ ୩୬ ଜଣ ହିତାଧିକାରୀଙ୍କୁ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ଉପସ୍ଥିତିରେ ଭତ୍ତା ବଣ୍ଟନ କରାଯାଇଥିଲା |

Related posts

ଶିପୁରା ଅଞ୍ଚଳ ରେ ହେଟା ବାଘ ଆକ୍ରମଣ

Odisha Halchal

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ ୩ ଗୁରୁତର।

Odisha Halchal

ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦରେ ବଳି ପଡୁଛନ୍ତି ଭାରତୀୟ,ଆଉ ଜଣେ ଛାତ୍ରଙ୍କୁ ଗୁଳିମାଡ

Odisha Halchal

Leave a Comment