ଅପରାଧଓଡ଼ିଶା ଖବରନ୍ୟୁଜ୍

ନାଏବ ସରପଞ୍ଚ ନିର୍ବାଚନକୁ ନେଇ ହିଂସା, ୪ ୱାର୍ଡମେମ୍ବରଙ୍କୁ ଅପହରଣ ଅଭିଯୋଗ

ନାଏବ ସରପଞ୍ଚ ନିର୍ବାଚନକୁ ନେଇ ହିଂସା, ୪ ୱାର୍ଡମେମ୍ବରଙ୍କୁ ଅପହରଣ ଅଭିଯୋଗ

ଆଜି ରାଜ୍ୟର ସମସ୍ତ ଗ୍ରାମପଞ୍ଚାୟତ ଗୁଡିକ ପାଇଁ ନାଏବ ସରପଞ୍ଚ ପାଇଁ ପରୋକ୍ଷ ନିର୍ବାଚନ ଜାରି ରହିଥିବା ବେଳେ ପଞ୍ଚାୟତ ନିର୍ବାଚନ ଭଳି ଏହି ପରୋକ୍ଷ ନିର୍ବାଚନରେ ବି ହିଂସା ଦେଖିବାକୁ ମିଳିଛି ।

ସୂଚନା ଅନୂସାରେ ଆଜି ବଲାଙ୍ଗିର, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରେ ନିର୍ବାଚନ ପୂର୍ବରୁ ୱାର୍ଡମେମ୍ବରଙ୍କୁ ଅପହରଣ କରାଯାଇଥିବାର ଅଭିଯୋଗ ହୋଇଛି । ବଲାଙ୍ଗିର ସାଜବାହାଲ ଗାଁରେ ୨ ୱାର୍ଡ ମେମ୍ବରଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି ।

ଏହାଛଡା ଯାଜପୁର ପଣାସା ପଞ୍ଚାୟତରେ ସମାନ ଅଭିଯୋଗ ହୋଇଛି ସେହିଭଳି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ମଞ୍ଚା ଗାଁରେ ମଧ୍ୟ ୱାର୍ଡମେମ୍ବରଙ୍କୁ ନିର୍ବାଚନ ପୂର୍ବରୁ ଅପହରଣ କରାଯାଇଛି ।

ଏହାପରେ ବୁଥ୍ ଗୁଡିକରେ ଉତ୍ତେଜନା ଦେଖିବାକୁ ମିଳିଛି । ଲୋକମାନେ ଉତ୍ତେଜିତ ହୋଇ କିଛି ସ୍ଥାନରୁ ବାଲାଟ୍ ବକ୍ସ ମଧ୍ୟ ନେଇଯାଇଥିବା ସୂଚନା ମିଳିଛି ।

Related posts

ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବ

Odisha Halchal

ଶାରୀରିକ ସମ୍ପର୍କ ରଖିବା ପରେ ଧୋକା ଦେଲା ହିରୋ ପ୍ରେମିକ

Odisha Halchal

ଆତ୍ମହତ୍ୟା ପୂର୍ବରୁ ଟ୍ରେନ୍‌ ଲାଇନ୍‌ରୁ ମା’ପୁଅଙ୍କୁ ଉଠାଇନେଲା ପୁଲିସ

Odisha Halchal

Leave a Comment