ଅପରାଧଓଡ଼ିଶା ଖବରନ୍ୟୁଜ୍

ପ୍ରଶାସନର ଭାଙ୍ଗିଲା ନିଦ ରଙ୍ଗିଲା ଡିଲର ଉପରେ ତଦନ୍ତ ଆରମ୍ଭ

ପ୍ରଶାସନର ଭାଙ୍ଗିଲା ନିଦ ରଙ୍ଗିଲା ଡିଲର ଉପରେ ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା:-ଛକାପଞ୍ଝାର ଘଟିଛି ଅନ୍ତ !ଖବର ପ୍ରସାରଣ ପରେ ଚେତିଲା ବିଭାଗ ଶେଷରେ ଭାଙ୍ଗିଲା ପ୍ରଶାସନର ନିଦ। ମହିଳାଙ୍କୁ ଭିଡ଼ିଓ କଲ୍ କରି ଉଲଗ୍ନ ହେବାକୁ ବାଧ୍ୟ କରିବା, ଏବଂ ରାସ୍ତା ଉପରେ ଗୁଣ୍ଡା ଗିରି କରିବା ଡିଲରଙ୍କ ଉପରେ ତଦନ୍ତ ଆରମ୍ଭ। ଖାଲି ତଦନ୍ତରେ ସରିବ ନାଁ ବନ୍ଧା ହେବେ ! କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ପଞ୍ଚାୟତର ପିଡିଏସ୍ ସାମଗ୍ରୀ ହଡ଼ପ ଘଟଣା ତଥ୍ୟ ସାମ୍ନାକୁ ଆଣିଥିଲା ଓଡ଼ିଶା ହାଲଚାଲ। ଖବର ପ୍ରସାରଣ ପରେ ଚେତିଛି ବିଭାଗ।

ଡିଲରଙ୍କ ଏଭଳି କାର୍ଯ୍ୟ କଳାପର ଖବର ପ୍ରସାରଣ ପରେ ଡିଲରଙ୍କ ବିରୋଧରେ ଶ୍ରୀଲକ୍ଷ୍ମୀ ଏସ୍ ଏସ୍ ଜି ଗ୍ରୃପର ସମସ୍ତ ମହିଳା ମାନେ ନିଜର ଭୁଲ୍ ବୁଝିପାରି ଯୋଗାଣ ଅଧିକାରୀଙ୍କୁ ଡିଜାଇନ୍ ଦେଇଛନ୍ତି। ଡିଲରଙ୍କ ଏଭଳି କାର୍ଯ୍ୟ କଳାପକୁ ନେଇ ଅଭିଯୋଗ ହୋଇଥିଲା। ଆଉ ଶେଷରେ ଏହି ରଙ୍ଗିଲା ଡିଲରଙ୍କ ଉପରେ ତଦନ୍ତ ଆରମ୍ଭ ହୋଇଛି। କିଛି ଦିନ ଧରି ଏହି ରଙ୍ଗିଲା ଡିଲର ଅଜୟ ରାଉତଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିବାରେ ଲାଗିଥିଲା।

କାହାକୁ ଭିଡ଼ିଓ କଲ୍ କରି ଉଲଗ୍ନ ହେବାକୁ ବାଧ୍ୟ କରିବା ତ ଆଉ କାହାକୁ ରାସ୍ତା ଘାଟରେ ମାଡ଼ ମାରିବା। ଯାହାକୁ ବାରମ୍ବାର ଓଡ଼ିଶା ହାଲଚାଲ ଲୋକଲୋଚନକୁ ଆଣିବା ସହିତ ଖବର ପ୍ରସାରଣ ବି କରିଥିଲା। ଚର୍ଚ୍ଚା ହେଉଛି କୁଆଡେ଼ ରଙ୍ଗିଲା ଡିଲରଙ୍କୁ ଏଭଳି କାରନାମା କରିବାକୁ ସାହାସ ଦେଉଥିଲେ ପୂର୍ବତନ ସରପଞ୍ଚ। ଗତକାଲି ପ୍ରଶାସନ ପକ୍ଷରୁ ତଦନ୍ତ କରି ଡିଲରଙ୍କ ଠାରୁ ମେସିନ ଆବଶ୍ୟକୀୟ କାଗଜପତ୍ର ହସ୍ତଗତ କରିଛି। ଏବେ ତ ଦେଖିବାର ବାକି ରଙ୍ଗିଲା ଡିଲର ବନ୍ଧା ହେବେ ନାଁ ଖସିଯିବେ। କାହାର କେତେ ଦମ୍। ରଙ୍ଗିଲା ଡିଲରଙ୍କର ନାଁ ବିଭାଗର।

Related posts

ଟ୍ରକ ଧକା ରେ ଯୁବକଙ୍କ ମୃତ୍ୟୁ

Odisha Halchal

ବନ୍ଧୁକ ଦେଖାଇ ଖାଇଲେ ଉତ୍ତମ ମଧ୍ୟମ

Odisha Halchal

ହାଟ ମଝିରେ ସ୍ତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ସ୍ୱାମୀ

Odisha Halchal

Leave a Comment