ଅପରାଧଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ବଡ଼ିଗେଟା ଅଞ୍ଚଳରେ ବିପୁଳ ପରିମାଣରେ ବିସ୍ପୋରକ ଓ ମାଓସାମଗ୍ରୀ

ବଡ଼ିଗେଟା ଅଞ୍ଚଳରେ ବିପୁଳ ପରିମାଣରେ ବିସ୍ପୋରକ ଓ ମାଓସାମଗ୍ରୀ

ମାଲକାନଗିରି: -ବିପୁଳ ପରିମାଣ ର ବିସ୍ପୋରକ ଓ ମାଓସାମଗ୍ରୀ ଜବତ।ମାଲକାନଗିରି ଜିଲ୍ଲା କାଲିମେଳା ଥାନା ବଡ଼ିଗେଟା ଅଞ୍ଚଳ ରେ ବିଏସଏଫ ଯବାନ ଙ୍କ କୁମ୍ବି ଅରେସନ ସମୟରେ ମାଓବାଦୀ ଡମ୍ପ ଠାବ ହୋଇଛି, ସେଥିରୁ ଟିଫିନ ବମ ବିପୁଳ ପରିମାଣର ବିସ୍ପୋରକ ଦ୍ରବ୍ୟ ଓ ମାଓସାମଗ୍ରୀ ଜବତ କରିଛନ୍ତି ଯବାନ।

କାଲିମେଳା ଥାନା ବୋଡିଗେଟ୍ଟା ଠାରେ ୧୪୨ ବାଟାଲିୟନ ବିଏସଏଫ ଯବାନ ଙ୍କ ଦ୍ୱାରା ସ୍ୱତନ୍ତ୍ର ଅପରେସନ୍ କରାଯାଇଥିଲା | ବେଜଙ୍ଗିୱାଡା ରିଜର୍ଭ ଫରେଷ୍ଟ ଅଞ୍ଚଳରେ ଏହି ଅପରେସନ୍ ହୋଇଥିଲା।

ଲକ୍ଷ୍ୟସ୍ଥଳରେ ପହଂଚିବା ଏବଂ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବା ପରେ, ଅପରେସନ୍ ଟିମ୍ ତେଲାରାଇ ଗାଁର ବେଜାଙ୍ଗିୱାଡା ରିଜର୍ଭ ଜଙ୍ଗଲରେ ଥିବା ଗୁମ୍ଫା ଭିତରେ ଲୁଚାଇ ରଖିଥିବା ଏକ ମାଓବାଦୀ ଡମ୍ପ ଠାବ କରିଛି ଯବାନ। ଡମ୍ପ ମଧ୍ୟ ରୁ ୩କେଜି ଓଜନ ର ୨ଟି ଟିଫିନ ବୋମା, ୬୨ଟି ଜେଲୋଟିନ୍ ଷ୍ଟିକ୍ସ , ୧୨ଭୋଲ୍ଟ ର ବ୍ୟାଟେରୀ ୨ଟି, ୩୯ ଟି ମାଓବାଦୀଙ୍କ କ୍ୟାପ, ମାଓବାଦୀ ବ୍ୟାନର, ପୋଷ୍ଟର, ମାଓବାଦୀ ପାମ୍ପଲେଟ୍ ସହିତ ବହୁ ମାଓ ବିସ୍ଫୋରକ ସାମଗ୍ରୀ ଯବାନ ହାତରେ ଲାଗିଛି।

Related posts

ବାତ୍ୟା ହେବ କି ନାହିଁ କାଲି ଲଘୁଚାପ କ୍ଷେତ୍ର ସ୍ପଷ୍ଟ ଜଣାପଡ଼ିବ

Odisha Halchal

ଏନକାଉଣ୍ଟରରେ ଦୁଇ ମହିଳା ମାଓବାଦୀ ମୃତ

Odisha Halchal

ମା ଭଗବତୀଙ୍କ ପ୍ରଥମ ଭଜନ ଉନ୍ମୋଚନ

Odisha Halchal

Leave a Comment