ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

ନୂଆପଡ଼ା :- ଓଡ଼ିଶା ହାଲଚାଲ (ରିପୋର୍ଟ-ଚେତୁରାମ ପ୍ରଧାନୀ) ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ୩୫୩ ନମ୍ବର ଜାତୀୟ ରାଜପଥ ଠାରୁ ସିଆଲଲଟିକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇ ପଡିଥ‌ିବା ଅଭିଯୋଗ ହୋଇଛି। ସିଆଲଲଟି ପଞ୍ଚାୟତକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତା କରଙ୍ଗାଭଟା ଗାଁ ଟାଣପଡା ଠାରେ ସୁନ୍ଦର ନଦୀରେ ନିର୍ମାଣ ହୋଇଥିବା ବ୍ରିଜ ଦୁଇ ପାର୍ଶ୍ଵରେ ମୋରମ ବଦଳରେ ମାଟି ପକାଇ ଦେଇଥିବାରୁ ଅଳ୍ପ ବର୍ଷା ହେଲେ କାଦୁଅ ହୋଇଯାଉଛି।

ଫଳରେ ଲୋକେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅଦିନିଆ ବର୍ଷାରେ କାଦୁଅ ହୋଇ ଯାଉଥିବାରୁ
ଲୋକେ ଯାତାୟାତ କରି ପାରୁନାହାନ୍ତି।ସେହି ଅଞ୍ଚଳର ଲୋକେ ପଲସିପାଣି ଛକ କୁ ଆସି ବସ ଯୋଗେ ବ୍ଲକ, ଜିଲ୍ଳା କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥାନ୍ତି, ରାସ୍ତାରେ କାଦୁଅ ଜମି ରହିଥ‌ିବାରୁ ଲୋକେ ତରବୋଡ କିମ୍ବା କୁରୁମପୁରି ଦେଇ ଅଧିକ ୧୦ ରୁ ୧୫ କିଲୋମିଟର ବୁଲି ଯିବା ପଡୁଛି ।

କୌଣସି ଚାରି ଚକିଆ ଗାଡି କିମ୍ବା ଆମ୍ବୁଲାନ୍ସ ଯାଇ ପାରୁନାହିଁ। ଆମ୍ବୁଲାନ୍ସ ଯାଇ ପାରୁ ନ ଥିବାରୁ ରୋଗୀମାନେ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ହୋଇ ଡାକ୍ତରଖାନା ଯାଉଛନ୍ତି I ଏ ସବୁକୁ ଦୃଷ୍ଟିରେ ରଖି ରାସ୍ତାର ମାଟି ବଦଳରେ ମୋରମ ଦେଇ ଶୀଘ୍ର ମରାମତି କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Related posts

5G Networkରେ ଡାଟା ସରିବା ସହ ହୋଇପାରେ ଏହିସବୁ କ୍ଷତି: ଏବେଠୁ ରୁହନ୍ତୁ ସାବଧାନ

Odisha Halchal

ଦେଶରେ ବଢ଼ିଲା ବେରୋଜଗାରୀ ହାର; ବେକାରୀ ସଂଖ୍ୟାରେ ନମ୍ବର ୱାନ୍ ଏହି ରାଜ୍ୟ

Odisha Halchal

ଦୁଷ୍କର୍ମ ଅଭିଯୋଗରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ

Odisha Halchal

Leave a Comment