ଅପରାଧଓଡ଼ିଶା ଖବରଦେଶ ବିଦେଶନ୍ୟୁଜ୍

ବାଇକକୁ ଧକ୍କାଦେଲା ଟ୍ରକ

ବାଇକକୁ ଧକ୍କାଦେଲା ଟ୍ରକ

ରାୟଗଡା:-ଓଡ଼ିଶା ହାଲଚାଲ(ରିପୋର୍ଟ-ପ୍ରସାଦ ସାହୁକାର) ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକକୁ ପଛପଟୁ ଟ୍ରକ ଧକ୍କାଦେବାରୁ ବାଇକରେ ବସିଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି।

ଆହତଙ୍କୁ ପୋଲିସ ମୁନିଗୁଡା ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଗୁରତର ଅବସ୍ଥାରେ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି। ଆଜି ରାଣୀପିଣ୍ଡା ଗ୍ରାମର ଭଗବାନ ଦଣ୍ଡସେନା ମୁନିଗୁଡାରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଅସୁରପଡାକୁ ଜିବା ପାଇଁ ପାତ୍ରଗୁଡା ହାଇସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଦୀପ୍ତି କାନ୍ଧପାଣି ସ୍କୁଲ ନିକଟରୁ ଲିଫ୍ଟମାଗି ବାଇକ୍ ରେ ଯାଉଥିଲେ।

ହେଲେ ଖୁଣ୍ଟବାଡି ଗ୍ରାମ ନିକଟରେ ବାଇକୁ ପଛପଟୁ ଏକ ଟ୍ରକ ଧକ୍କାଦେବାରୁ ବାଇକରେ ଥିବା ହାଇସ୍କୁଲ ଛାତ୍ରୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ ଉତ୍ୟକ୍ତ ଲୋକେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ମୁନିଗୁଡା ଓ ଅମ୍ବାଦଳା ପୋଲିସ ପହଁଚିଛି।

Related posts

ଇଡି ପଞ୍ଝାରେ କଂଗ୍ରେସ ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ

Odisha Halchal

ପୁଣି ଦେଖା ହବ ଆର ଜନମରେ

Odisha Halchal

ଗାଧୋଇବା ବେଳେ ମହାନଦୀ ଯୋବ୍ରାରେ ବୁଡ଼ିଗଲେ ୩ ଯୁବକ,ଜଣେ ଉଦ୍ଧାର ୨ ନିଖୋଜ

Odisha Halchal

Leave a Comment