ଓଡ଼ିଶା ଖବରନ୍ୟୁଜ୍

କୃଷି ଜିଲ୍ଲା କାର୍ଯ୍ୟାଳୟରେ ପାରା ସମ୍ରସାରଣ କର୍ମୀଙ୍କ ତାଲିମ ଶିବିର

କୃଷି ଜିଲ୍ଲା କାର୍ଯ୍ୟାଳୟରେ ପାରା ସମ୍ରସାରଣ କର୍ମୀଙ୍କ ତାଲିମ ଶିବିର

ରାୟଗଡ଼:-(ରିପୋର୍ଟ:- ପ୍ରସାଦ ସାହୁକାର )ମୁନିଗୁଡା ବ୍ଲକ ସଦର ମହକୁମା ଠାରେ କୃଷି ଜିଲ୍ଲା କାର୍ଯ୍ୟାଳୟରେ ପାରା ସମ୍ପ୍ରସାରଣ କର୍ମୀଙ୍କ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି।କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ଶ୍ରୀ ଅଜୟ କୁମାର ନାଏକଙ୍କ ସଭାପତିତ୍ୱରେ ଓ ମୁଖ୍ୟ ଅତିଥି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାମ ଚନ୍ଦ୍ର ଦାସଙ୍କ ପୌରହିତ୍ୟରେ ଆୟୋଜିତ ତାଲିମ ଶିବିରରେମୁନିଗୁଡା,ବିଷମକଟକ ଓ ଚନ୍ଦ୍ରପୁର ବ୍ଲକର କୃଷି ଅଧିଦର୍ଶକ,ଗ୍ରାମ୍ୟ କୃଷି କର୍ମଚାରୀ,ସହକାରୀ ବୈଶୟିକ ପରିଚାଳକ, ଗୋଷ୍ଠୀ ବୈଶୟିକ ପରିଚାଳକ,କୃଷକ ସାଥୀ, ଏନ୍.ଜି.ଓ ଓ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ।ପ୍ରମୁଖ ଭାବରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ରାମଚନ୍ଦ୍ର ଦାସ କୃଷକ ଓଡ଼ିଶା,ପି ଏମ କିଷାନ,ସଫଳ ଓ ଅନ୍ୟ ଯୋଜନା ବିଷୟରେ ଆଲୋଚନା କରିଥିଲେ।

ସମ୍ମାନୀତ ଅତିଥି ତାଲିମ ବିଶେଷଜ୍ଞ କୃଷି ସମ୍ପ୍ରସାରଣ କୃଷି ବିଜ୍ଞାନ କେନ୍ଦ୍ର ଗୁଣୁପୁରର ବୈଜ୍ଞାନୀକ ଶ୍ରୀ ବିନୋଦ ଚନ୍ଦ୍ର ବେହେରା ଜୈବିକ କୃଷି ଓ ସମନ୍ୱିତ ଚାଷ, ବୃକ୍ଷ ସଂଗ୍ରକ୍ଷଣ ବୈଜ୍ଞାନିକ ଗୁଣୁପୁର କୃଷି ବିଜ୍ଞାନ କେନ୍ଦ୍ର ଶ୍ରୀ ରାଜୀବ ଟୁଡୁ ରୋଗ ପୋକପରିଚାଳନା,ସହକାରୀ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପି.କେ ପଟ୍ଟନାୟକ କୃଷି ପୋଖରୀ ଓ ରାଜ୍ୟ ଯୋଜନା,ସହକାରୀ କୃଷି ଅଧିକାରୀ ରାୟଗଡ଼ ଜ୍ଞାନ ରଂଜନ ପାଣିଗ୍ରହୀ ଡିବିଟି ମାଧ୍ୟମରେ ବିଭିନ୍ନ ଯୋଜନାର ରିହାତି,ସହକାରୀ ଉଦ୍ୟାନ ଅଧିକାରୀ ଅଶୋକ କୁମାର ସେଠୀ ଜାତୀୟ ଉଦ୍ୟାନ ମିଶନ ଓ ମୁଖ୍ୟମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଓ ଅନ୍ୟ ଯୋଜନା ,ସହକାରୀ କୃଷି ଯନ୍ତ୍ରୀ ପ୍ରାଥମିକା ରାଉତରାୟ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀ ଯୋଜନା,କୃଷି ଯାନ୍ତ୍ରିକରଣ ଓ ସୈlର ଜଳନିଧି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ ।ଗୋଷ୍ଠୀ କୃଷି ଅଧିକାରୀ ମୁନିଗୁଡା ଶ୍ରୀ ଘନଶ୍ୟାମ ହାଇବ୍ରୁ ଅତିଥି ପରିଚୟ ପ୍ରଦାନ କଲାବେଳେ,ଗୋଷ୍ଠୀ କୃଷି ଅଧିକାରୀ ବିଷମ କଟକ ଏମ. ରାମ ପ୍ରସାଦ ପାତ୍ର କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋଚନା କରିଥିଲେ।

ସହକାରୀ ବୈଶୟିକ ପରିଚାଳକ ଶ୍ରୀ ଉତ୍ତମ କୁମାର ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସହକାରୀ କୃଷି ଅଧିକାରୀ ମୁନିଗୁଡା ଶ୍ରୀ ହିମାଂଶୁ ଭୂଷଣ ମହାନ୍ତି ଓ ସହକାରୀ କୃଷି ଅଧିକାରୀ ଚନ୍ଦ୍ରପୁର ଶ୍ରୀ ରଜନୀକାନ୍ତ ମିଶ୍ର ବିଭାଗୀୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସହକାରୀ ବୈଶୟିକ ପରିଚାଳକ ଶ୍ରୀ ରଙ୍କନିଧି ପ୍ରଧାନ,କୃଷି ଅଧିଦର୍ଶକ ମୁନିଗୁଡା ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା , ପ୍ରଦ୍ୟମ୍ନ କୁମାର ସାମଲ ,ଗ୍ରାମ୍ୟ କୃଷି କର୍ମଚାରୀ ମମିତା କୁମାରୀ ପାଢ଼ୀ ,ପ୍ରଭାତ ପ୍ରକାଶ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ପୂର୍ଣ୍ଣ ସହଯୋଗ କରିଥିଲେ।ଶେଷରେ କୃଷି ଜିଲ୍ଲା ଅଧିକାରୀ ମୁନିଗୁଡା ଶ୍ରୀ ଅଜୟ କୁମାର ନାଏକ ସ୍ଵାଗତ ବକ୍ତବ୍ୟ ରଖିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଅଳ୍ପ ବର୍ଷାରେ ବନ୍ୟା ପରିସ୍ଥିତି

Odisha Halchal

ସ୍ପାଇସ୍ ଜେଟ୍‌ର ୯୦ ପାଇଲଟ୍‌ଙ୍କ ଉପରେ ଡିଜିସିଏ ଲଗାଇଲା ରୋକ୍

Odisha Halchal

ଝିଅ ଶାଶୁଘର ଲୋକେ ମାରିଦେଇଥିବା ନେଇ ଥାନାରେ ଅଭିଯୋଗ

Odisha Halchal

Leave a Comment