ଓଡ଼ିଶା ଖବରନ୍ୟୁଜ୍

ବୌଦ୍ଧରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବୌଦ୍ଧରେ ନୂତନ ଜିଲାପାଳଙ୍କ ଦାୟିତ୍ୱ ଗ୍ରହଣ

ବୌଦ୍ଧ(ବ୍ୟୁରୋ ଓଡିଶା ହାଲଚାଲ):-ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟରେ ସକାଳ ୧୨ ଟା ସମୟରେ ନୂତନ ଜିଲାପାଳ ଭାବେ ନୃସିଂହ ଚରଣ ସ୍ୱାଇଁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଜିଲାର ଉନ୍ନତି ପାଇଁ ନୂତନ ଜିଲାପାଳ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର‌୍ୟ ଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲାପାଳ ରବିନ୍ଦ୍ର ନାଥ କହଁରଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ,ବିଭିନ୍ନ କାର୍ଯ୍ୟାଳୟର କର୍ମଚାରୀ ଓ ସଂଗଠନ ର କର୍ମକର୍ତ୍ତାମାନେ ନୂତନ ଜିଲାପାଳଙ୍କୁ ସ୍ୱାଗତ କରିଥିଲେ ।

ନୂତନ ଜିଲାପାଳ ଶ୍ରୀଯୁକ୍ତ ସ୍ୱାଇଁ ପୂର୍ବରୁ ଅର୍ଥବିଭାଗର ସ୍ୱତନ୍ତ୍ର ସଚିବ ସହିତ ବିଭିନ୍ନ ଜିଲାରେ ପଦସ୍ଥ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ ।ବୌଦ୍ଧର ପୂର୍ବତନ ଜିଲାପାଳ ସତ୍ୟରଂଜନ ସାହୁ ଗତମାସରେ ଅବସର ଗ୍ରହଣ କରିବା ପରେ ଏହି ପଦବୀ ଖାଲି ରହିଥିଲା ।

Related posts

ପାଞ୍ଚ ଦିନିଆ ରିମାଣ୍ଡରେ ଗଲେ ମାନସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଓ ୪ ସହଯୋଗୀ

Odisha Halchal

ବଢିଲା ଅଶୋଧିତ ତୈଳ ଦର, ୧୦୦ ଡଲାର ପାରି କଲା ବ୍ୟାରେଲ ପିଛା ଦର, ସୁନା ୫୧୫୦୦ ପାର୍‌

Odisha Halchal

୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

Odisha Halchal

Leave a Comment