ଓଡ଼ିଶା ଖବରନ୍ୟୁଜ୍ବିଶେଷ ଖବର

ଏଣିକି ଗୁଳି ଚଳାଇପାରିବେ ବନ କର୍ମଚାରୀ

ଏଣିକି ଗୁଳି ଚଳାଇପାରିବେ ବନ କର୍ମଚାରୀ

ଭୁବନେଶ୍ବର(ବ୍ୟୁରୋ ଓଡିଶା ହାଲଚାଲ):- ଆତ୍ମରକ୍ଷା ପାଇଁ ଏଣିକି ଗୁଳି ଚଳାଇପାରିବେ ବନ କର୍ମଚାରୀ। ଫରେଷ୍ଟ ଗାର୍ଡଠାରୁ ଆରମ୍ଭ କରି ଫରେଷ୍ଟର, ଡେପୁଟି ଫରେଷ୍ଟ ରେଞ୍ଜ ଅଫିସର, ଫରେଷ୍ଟ ରେଞ୍ଜ ଅଫିସର, ଆସିଷ୍ଟାଣ୍ଟ କନ୍‌ଜରଭେଟର ଅଫ୍‌ ଫରେଷ୍ଟ, ସବ୍‌-ଡିଭିଜନାଲ ଫେରେଷ୍ଟ ଅଫିସର, କନ୍‌ଜରଭେଟର ଅଫ୍‌ ଫରେଷ୍ଟ, ଡେପୁଟି ଡାଇରେକ୍ଟର, ଡିଏଫ୍‌ଓ, ରିଜିଓନାଲ ଚିଫ୍‌ କନ୍‌ଜରଭେଟର ଅଫ୍‌ ଫରେଷ୍ଟ, ଫିଲ୍ଡ ଡାଇରେକ୍ଟରଙ୍କ ସମେତ ଅନ୍ୟ ଉପରିସ୍ଥ ଅଧିକାରୀ ଆତ୍ମରକ୍ଷା ପାଇଁ ଗୁଳି ଚଳାଇପାରିବେ।

ସିଆରପିସି ଧାରା ୧୯୭ର ଉପଧାରା(୩) ଅନୁଯାୟୀ ଯିଏ ସର୍ବସାଧାରଣ ସମ୍ପତ୍ତିର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ସେମାନେ ନିଜର ସୁରକ୍ଷା ପାଇଁ ଗୁଳି ଚଳାଇପାରିବେ। ପ୍ରାଥମିକ ପର୍ଯ୍ୟାୟରେ ଗୁଳି ଚଳାଇଥିବା ବନ କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ମାତ୍ର ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ଆବଶ୍ୟକ ନ ଥାଇ ବନ କର୍ମଚାରୀ ଗୁଳି ଚଳାଇଥିବା ମାଜିଷ୍ଟ୍ରେଟସ୍ତରୀୟ ତଦନ୍ତରେ ଜଣାପଡ଼ିଲେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ମାଜିଷ୍ଟ୍ରେଟସ୍ତରୀୟ ଯେଉଁ ରିପୋର୍ଟ ଆସିବ ତାହାକୁ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜି ଜାରି ବିଜ୍ଞପ୍ତିରେ କୁହାଯାଇଛି।

ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ଏବେ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ବଢ଼ୁଥିବା ଶିକାରୀଙ୍କ ପ୍ରାଦୁର୍ଭାବ ରୋକିବା, ବନ୍ୟପ୍ରାଣୀଙ୍କ ସଂରକ୍ଷଣ, ସୁରକ୍ଷା ପାଇଁ ବନ କର୍ମଚାରୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଇଥିଲେ ମଧ୍ୟ ଚଳାଇବା ପାଇଁ ଅନୁମତି ଦିଆଯାଇ ନ ଥିଲା। ବିଶେଷକରି ଶିମିଳିପାଳରେ ଗତ ମାସରେ ବନପାଳ ମାଥି ହାଁସଦା ଓ ବନରକ୍ଷୀ ବିମଳ ଜେନା ଶିକାରୀଙ୍କ ଗୁଳିରେ ପ୍ରାଣ ହରାଇବା ପରେ ଏବେ ରାଜ୍ୟର ଅପ୍ରିତିକର ପରିସ୍ଥିତି ଉପୁଜିଛି।

୫ ଦଫା ଦାବିରେ ଅଣଗେଜେଟେଡ୍ ବନସେବା ସଂଘର କର୍ମକର୍ତ୍ତା ଏବେ ଆନ୍ଦୋଳନ ଚଳାଇଛନ୍ତି। ଜଙ୍ଗଲରେ ଫୁଟ୍‌ ପେଟ୍ରୋଲିଂ କରୁନାହାନ୍ତି କି ବନ୍ୟଜନ୍ତୁଙ୍କ ଉପରେ ନଜର ରଖୁନାହାନ୍ତି। ଶିମିଳିପାଳ ଅଭୟାରଣ୍ୟରେ ଏବେ ଜଙ୍ଗଲ ଜଗିଛି ପୁଲିସ। ବନ କର୍ମଚାରୀମାନେ ୫ଦଫା ଦାବି ପୂରଣ ପାଇଁ ସରକାରଙ୍କୁ ଜୁଲାଇ ୮ ତାରିଖ ଦେଇଛନ୍ତି। ଗୋଟିଏ ଦାବି ପୂରଣ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବି ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି ଚରମବାଣୀ ଶୁଣାଇଛି ସଂଘ।

Related posts

ରାସ୍ତା ମରାମତି ପାଇଁ ଉଠିଲା ପ୍ରଶ୍ନ

Odisha Halchal

ଆଜିର ଖବର

Odisha Halchal

ବର୍ଜ୍ୟ ବସ୍ତୁରୁ ନିଜ ହାତର ଯାଦୁଗରୀରେ ଆଖି ଝଲସିଲା ଭଳି ଜିନିଷ

Odisha Halchal

Leave a Comment