ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ

ରୁଷର କମ୍ପାନୀ ସହ ବ୍ୟବସାୟ ବନ୍ଦ କଲା SBI, ପ୍ରତିବନ୍ଧକର ରହିଛି ଭୟ

ରୁଷର କମ୍ପାନୀ ଗୁଡିକ ଉପରେ ପାଶ୍ଚାତ୍ୟ ଦେଶ ଗୁଡିକ ପ୍ରତିବନ୍ଧକ ଲାଗୁ କରିବା ପରେ ଭାରତ ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ବଡ଼ ନିଷ୍ପତ୍ତି ଗ୍ରହଣ କରିଛି। ପଶ୍ଚିମ ରାଷ୍ଟ୍ର ଗୁଡିକ ବ୍ୟାନ କରିଥିବା ରୁଷ କମ୍ପାନୀ ସହ ଆର୍ଥିକ ନେଣଦେଣ ବନ୍ଦ କରିଛି। ସୂତ୍ର ଅନୁସାରେ, ଏସବିଆଇର ଆଶଂକା ରହିଛି ଯଦି ଏହି କମ୍ପାନୀ ଗୁଡିକ ସହ ଆର୍ଥିକ କାରବାର କରେ ତା ଉପରେ ମଧ୍ୟ ପ୍ରତିବନ୍ଧକ ଲାଗୁ ହୋଇପାରେ। ଏନେଇ ଏସବିଆଇ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇଛି। ଏହି ସର୍କୁଲାରେ କହୁଯାଇଛି, ଆମେରିକା, ୟୁରୋପୀୟନ ୟୁନିୟନ ଏବଂ ମିଳିତ ଜାତିସଂଘ ରୁଷର ଯେଉଁ ସବୁ କମ୍ପାନୀ, ବ୍ୟାଙ୍କ ଏହଂ ବନ୍ଦର ଗୁଡିକୁ ବ୍ୟାନ କରିଛନ୍ତି, ସେମାନଙ୍କ ସହ ସିଧାସଳଖ କୌଣସି ଆର୍ଥିକ କାରବାର କରାଯିବ ନାହିଁ।

ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଏହି ସଂସ୍ଥା ଗୁଡିକର ବୟେକାକୁ ବ୍ୟାଙ୍କିଂ ଚ୍ୟାନେଲ ପରିବର୍ତ୍ତେ ଅନ୍ୟ କୌଣସି ମାଧ୍ୟମରେ ପୈଠ କରାଯିବ । ଭାରତୀୟ ଷ୍ଟେଟ ବ୍ୟାଙ୍କର ମସ୍କୋରେ ଏକ ଜଏଣ୍ଟ ଭ୍ୟାନଞ୍ଚର ରହିଛି, ଏହା ନାଁ କମର୍ସିଆଲ ଇଣ୍ଡୋ ବ୍ୟାଙ୍କ । ଏଥିରେ କାନାରା ବ୍ୟାଙ୍କର ୪୦ ପ୍ରତିଶତ ରହିଛି । ତେବେ ଏହି ପ୍ରସଙ୍ଗରେ ଏସବିଆଇ କୌଣସି ପ୍ରଶ୍ନର ଉତ୍ତର ଦେଇ ନାହିଁ ।

ଭାରତକୁ ସୈନ୍ୟ ହତିଆର ଯୋଗାଇବା ଦେଶ ଗୁଡିକୁ ମଧ୍ୟ ରୁଷ ଶୀର୍ଷରେ ରହିଛି । ଗର୍ଭରମେଣ୍ଟ ଟୁ ଗର୍ଭରମେଣ୍ଟ କନଟ୍ରାକ୍ଟରେ ଏହି ସବୁ ଚୁକ୍ତି ସ୍ୱାକ୍ଷର ହୋଇଥାଏ । ଚଳିତ ଆର୍ଥିକ ବର୍ଷରେ ଭାରତ ଏବଂ ରୁଷ ମଧ୍ୟରେ ପ୍ରାୟ ୯.୪ ବିଲିୟନ ଡଲାରର ବ୍ୟବସାୟ ହୋଇଛି। ଏହା ପୂର୍ବରୁ ୨୦୨୦-୨୧ରେ ଏହି ବ୍ୟବାସାୟ ୮.୧ ବିଲିୟନ ଡଲାର ରହିଥିଲା।

ସୈନ୍ୟ ହତିଆରକୁ ଛାଡି ଭାରତ ରୁଷଠାରୁ ଇନ୍ଧନ, ମିନେରାଲ ଅଏଲ, ମୋତି, ମୂଲ୍ୟବାନ ରତ୍ନ, ନ୍ୟୁକ୍ଲିୟର ରିଏକ୍ଟର, ଫର୍ଟିଲାଇଜର ପରି ସାମଗ୍ରୀ ଆମଦାନୀ କରିଥାଏ। ଗତ ସପ୍ତାହରେ ଆମେରିକା ସହ ବିଶ୍ୱର ୭ଟି ବଡ ଅର୍ଥବ୍ୟବସ୍ଥା ରୁଷ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ।

Related posts

ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା, ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Odisha Halchal

ପ୍ରେମର ଶେଷ ପରିଣତି! ପ୍ରେମିକକୁ ଉଠାଇଲା ପୋଲିସ

Odisha Halchal

ବିଦ୍ୟୁତ ବିଭାଗ ର ଅପାରଗତା ହନ୍ତସନ୍ତ 50 ପରିବାର

Odisha Halchal

Leave a Comment