ଅପରାଧଓଡ଼ିଶା ଖବରନ୍ୟୁଜ୍

ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

ଲକ୍ଷ ଲକ୍ଷ ଟଙ୍କାର ନକଲି ଔଷଧ ଜବତ

କଟକ(ବ୍ୟୁରୋ ଓଡିଶା ହାଲଚାଲ):- ପୁଣି ନକଲି ‘ଓ-୨ ଔଷଧ ଜବତ ।ପୁରୁଣା ଢଙ୍ଗରେ ନାମୀ କମ୍ପାନିର ଔଷଧ ଖୋଳରେ ନକଲି ଔଷଧ ବିକ୍ରି କରାଯିବା ଘଟଣା ଧରା ପଡିଛି। ବଜାରରେ କେତେକ ସ୍ଥାନରେ ବିକ୍ରି ହେଉଥିବା ‘ଓ-୨ ଔଷଧ କମ୍ପାନିର ନୁହେଁ ବୋଲି କମ୍ପାନି ପକ୍ଷରୁ ରାଜ୍ୟ ଡ୍ରଗ୍ସ କଂଟ୍ରୋଲରଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଏହାକୁ ନେଇ ଖୋଳତାଡ ଆରମ୍ଭ ହୋଇଥିଲା।ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ କଟକର ଚୌଧୁରୀବଜାର ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଉପରେ ଚଢ଼ାଉ କରାଯାଇଥିଲା।

ସେଠାରେ ଥିବା ଅଢେଇ ଲକ୍ଷ ଟଙ୍କାର ନକଲି ‘ଓ-୨ ଔଷଧକୁ ଜବତ୍‌ କରାଯାଇଛି। ଚଢ଼ାଉ ସମୟରେ ସଂସ୍ଥାର ବିଜୟ ଅଗ୍ରୱାଲଙ୍କୁ ଗିରଫ କରି ପୁରୀଘାଟ ପୁଲିସକୁ ହସ୍ତାନ୍ତର କରାଯାଇଛି। ବିଜୟଙ୍କ ସ୍ତ୍ରୀଙ୍କ ନାମରେ ଦୋକାନ ରହିଥିବା ଜଣାପଡିଛି। ପୂର୍ବରୁ ଏହି ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଔଷଧ ଜବତ୍‌ କରାଯାଇ ଏସ୍‌ଡିଜେମ୍‌ଙ୍କ ଅଦାଲତରେ ଡ୍ରଗ୍ସ ବିଭାଗ ପକ୍ଷରୁ ମାମଲା ଦିଆଯାଇଥିଲା। ତେବେ ଆଜି ପୁଣି ସେଠାରେ ଚଢ଼ାଉ କରାଯାଇ ବାକି ଥିବା ଔଷଧକୁ ଜବତ୍‌ କରାଯାଇଛି।

ସ୍ପେଶାଲ ଟାସ୍କ୍‌ ଫୋର୍ସ ଟିମ୍‌ ଲିଡର ଦୋଳମଣି ପଟେଲଙ୍କ ନେତୃତ୍ବରେ କଟକ ଆସିଷ୍ଟାଣ୍ଟ ଡ୍ରଗ୍ସ କଂଟ୍ରୋଲର ଧର୍ମଦେବ ପୁହାଣ, ଡ୍ରଗ୍ସ ଇନ୍ସପେକ୍ଟର ତୁଷାର ରଞ୍ଜନ ପାଣିଗ୍ରାହୀ, ହରପ୍ରିୟା ମଲ୍ଲିକ ପ୍ରମୁଖ ଚୌଧୁରୀବଜାରସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟରସ୍‌ଙ୍କ ଗୋଦାମରେ ଚଢ଼ାଉ କରିଥିଲେ। ପୂର୍ବରୁ ତାଙ୍କଠାରୁ ନକଲି ଓ-ଟୁ ଔଷଧ ଜବତ କରାଯାଇଥିବା ବେଳେ ସେ କାହାକୁ ଏହି ଔଷଧ ଦେଇଥିଲେ ତାହାକୁ ନେଇ ଛାନଭିନ୍ ଆରମ୍ଭ ହୋଇଥିଲା। ଯେଉଁ ସଂସ୍ଥା ଔଷଧ ନେଇଥିବେ ସେମାନଙ୍କୁ ଫେରାଇ ଦେବାକୁ କୁହାଯାଇଥିଲା।

ଫଳରେ ଚଢ଼ାଉରୁ ମୋଟ ଅଢେଇ ଲକ୍ଷର ‘ଓ-୨ ବଟିକା ଜବତ୍‌ ହୋଇଛି। ତେବେ ବଜାରରେ ଯେତିକି ଔଷଧ ଥିଲା ତାକୁ ଫେରସ୍ତ ଅଣାଯାଇଥିବା ସ୍ପେଶାଲ ଟାସ୍କ୍‌ ଫୋର୍ସ ପକ୍ଷରୁ ସୂଚନା ଦିଆଯାଇଛି। ଔଷଧ ସବୁକୁ ଡ୍ରଗ୍ସ କଂଟ୍ରୋଲ ବିଭାଗ ଜବତ୍‌ କରିଥିବା ବେଳେ ଗିରଫ ବିଜୟ ଅଗ୍ରୱାଲଙ୍କୁ ପୁଲିସକୁ ହସ୍ତାନ୍ତର କରିବା ସହ ନମୁନା ପରୀକ୍ଷା ପାଇଁ ଷ୍ଟେଟ୍‌ ଲାବ୍ରୋଟୋରୀକୁ ପଠାଯାଇଛି। ଏହା ପୂର୍ବରୁ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦, କୋଭିଡ୍‌ର ‌କେତେକ ନକଲି ଔଷଧ ଜବତ ହୋଇଥିଲା।

Related posts

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

Odisha Halchal

ବିମାନରେ ବୋମା ଆତଙ୍କ

Odisha Halchal

ଅବ୍ୟବସ୍ଥାରେ ଚାଲିଛି ଧାନମଣ୍ଡି

Odisha Halchal

Leave a Comment