ଓଡ଼ିଶା ଖବରନ୍ୟୁଜ୍

ଆବାସିକ ବିଦ୍ୟାଳୟରେ ବହୁତ ଅନିୟମିତତା

ଆବାସିକ ବିଦ୍ୟାଳୟରେ ବହୁତ ଅନିୟମିତତା

କେନ୍ଦ୍ରାପଡ଼ା :-ସରପଞ୍ଚଙ୍କୁ ଅଭିଯୋଗ କଲେ ଆବାସିକ ଵିଦ୍ଯାଳୟ ର ଛାତ୍ର ଛାତ୍ରୀ ବହି ପାଇନଥିଵାର ମଧ୍ୟ କଲେ ଅଭିଯୋଗ।ଦୁଇଟି ଶିକ୍ଷକ ରେ ଚାଲିଛି ଆବାସିକ ବିଦ୍ୟାଳୟ ପାଠ ପଢ଼ା ଶୂନ କହିଲେ ଚଳେ ସରକାର ଆବାସିକ ବିଦ୍ୟାଳୟ ମାନଙ୍କୁ ସମସ୍ତ ସୁବିଧା ତଥା ଖାଇବା, ରହିବା,ପିନ୍ଧିଵା ଓ ପଢିବା ପାଇଁ ସୁବିଧା ଯୋଗାଇ ଦେଉଥିବାବେଳେ ଏହାର ଵ୍ଯତିକ୍ରମ ଦେଖାଦେଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ର ଆବାସିକ ସେବାଶ୍ରମ ରେ ସବୁ ବେଳେ କିଛି ନା କିଛି ଘଟଣା କୁ ନେଇ ବାଦ ବିବାଦ ଉପୁଜିଥିଲା ବେଳେ ଏବେ ପୁଣି ଚର୍ଚ୍ଚା କୁ ଆସିଛି ତିଖିରି ଆବାସିକ ସେବାଶ୍ରମରେ ‌ ବିଭିନ୍ନ ପ୍ରାନ୍ତରୁ ଗରିବ ଅସହାୟ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ବାପା ମା ମାନେ ପିଲା ମାନଙ୍କୁ ପାଠପଢ଼ା ପାଇଁ ଛାଡ଼ିଥିବା ବେଳେ ସ୍କୁଲ ର ମାଡନ ମାନେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ହେଇଥିବାରୁ ହଇରାଣ ହରକତ କରିବା ସହିତ ଅଣଦେଖା କରୁଥିବା ନେଇ ଅଭିଯୋଗ କରିଛନ୍ତି ତିଖିରି ପଞ୍ଚାୟତ ର ସରପଞ୍ଚ ଚାମେଲି ଓଝାଙ୍କୁ ।

ଆଜି ଅଭିଭାବକ ଓ ଶିକ୍ଷକମାନଙ୍କୁ ନେଇ ଏକ ବୈଠକ ଡକାଯାଇଥିଲା ।ଏହି ବୈଠକରେ ସ୍ଥାନୀୟ ଅଭିଭାବକ ମାନଙ୍କର ଦେଖା ନ ଥିବା ବେଳେ ଦୂର ଦୁରାନ୍ତରୁ ଆସିଥିବା ଅଭିଭାବକ ମାନେ ଯୋଗଦେଇଥିଲେ। ପିଲାମାନଙ୍କର ଭଲମନ୍ଦ ଵୁଝି ଦୁଃଖ ପ୍ରକାଶ କରିଥିଲେ. ପାଠ ପଢିବା ପାଇଁ ଵହି ନାହିଁ ପିଲାମାନେ ଭୟଭୀତ ହୋଇ ରହୁଛନ୍ତି। ଦେହ ଖରାପ ହେଲେ ଔଷଧ ଦେବା ପାଇଁ ଅନେକ କଥା କହୁଛନ୍ତି ।ସ୍କୁଲ ରେ ଶିକ୍ଷକ ନାହାନ୍ତି।ପାଠ ପଢାଇଵା ତ ଦୂରର କଥା ମାଡନମାନେ ଗୋଟିଏ ଘରେ ପୁରାଇ ଜଗି ରହୁଛନ୍ତି ।

ଏ ନେଇ ପିଲାମାନେ ସରପଞ୍ଚଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ନିଜର ଖୋଦ୍ ପ୍ରକାଶ କରିଛନ୍ତି ।ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ପ୍ରଧାନ ଶିକ୍ଷକ କୁହନ୍ତି ଛାତ୍ର ଛାତ୍ରୀ ମାନେ ଆମକୁ କେବେ ଅଭିଯୋଗ କରିନାହାନ୍ତି ଏହି ଅଭିଯୋଗ ଶୁଣିଲା ପରେ ମାତନ ଙ୍କୁ ତାଗିଦ କରାଜିବା ସହ ପୁନର୍ଵାର ଏଭଳି ଅଭିଯୋଗ ଆସିବ ନାହିଁ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।

Related posts

ରସିକିଆ ଡାକ୍ତର ଗିରଫ

Odisha Halchal

ଗପ କହିବା ଓ ଶୁଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ

Odisha Halchal

ତିନି ମହାନଗର ନିଗମର ମେୟର ପଦ ସଂରକ୍ଷଣ ନେଇ ଆସିଲା ଚୂଡାନ୍ତ ତାଲିକା

Odisha Halchal

Leave a Comment