ଓଡ଼ିଶା ଖବରନ୍ୟୁଜ୍

ଐତିହାସିକ ବିଜୟ ଉତ୍ସବ ପାଳନ କଲେ ବିଧାୟକ

ଐତିହାସିକ ବିଜୟ ଉତ୍ସବ ପାଳନ କଲେ ବିଧାୟକ

ବଲାଙ୍ଗିର:-(ରିପୋର୍ଟ -ପୁର୍ଣ୍ଣ ଶଶୀ ଶେଖର ରାଓ)ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ଦୀର୍ଘ ୨୫ ବର୍ଷ ଧରି ବିଜେପି ଅକ୍ତିଆର କରିଆସିଥିବା ବେଳେ ଚଳିତ ନିର୍ବାଚନରେ ବିଜେଡି ବାଜିମାତ କରିଥିବା ଚାଞ୍ଚଲ୍ୟ ସୃଷ୍ଟି କରୁଛି। ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ଥିବା ପାଟଣାଗଡ଼,ବେଲପଡା ଓ ଖପ୍ରାଖୋଲ ବ୍ଳକ ରେ ନିର୍ଦ୍ବନ୍ଦ୍ବରେ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ।

ବର୍ତମାନ ପୌର ନିର୍ବାଚନ ରେ ପାଟଣାଗଡ଼ ସହରର ୧୫ ଗୋଟି ୱ୍ବାର୍ଡ ରୁ ୧୪ ଗୋଟି ୱ୍ବାର୍ଡ ରେ କାଉନସିଲର ବିଜୟ ହାସଲ କରିଛି। ଏବଂ ପୌର ଅଧ୍ୟକ୍ଷ ପଦ ମଧ୍ୟ ବିଜେଡି ଅକ୍ତିଆର କରିନେଇଛି।

ତିନୋଟି ବ୍ଳକ ରେ ଥିବା ୭୫ ଟି ପଞ୍ଚାୟତ ରୁ ୫୦ ରୁ ଉର୍ଦ୍ଧ୍ବ ବିଜେଡି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ ବିଜୟ ହାସଲ କରିଥିଲେ। ସେଥିପାଇଁ ଆଜି ପାଟଣାଗଡ଼ ସହରରେ ଏକ ଐତିହାସିକ ବିଜୟ ଉତ୍ସବ ପାଳନ କରି ନଗର ପରିକ୍ରମା କରିଥିବା ଜଣାପଡିଛି।

ପାଟଣାଗଡ଼ ସହରର ବ୍ରହ୍ମପୁରା ଠାରୁ ଆରମ୍ଭ କରି ରାମପୁର ପର୍ଯ୍ୟନ୍ତ ଶହ ଶହ ମାତ୍ରାରେ ବିଜୟୀ ପ୍ରାର୍ଥୀ ଓ ବିଜେଡି କର୍ମୀ ସହ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ। ପାଟଣାଗଡ଼ କୁ ପଦ୍ମ ଗଡ଼ ବୋଲି ବିବେଚିତ ହୋଇଥିବା ବେଳେ ଆଜି ଲୋକେ ପରିବର୍ତ୍ତନ ଆଣିଥିବା ବିଧାୟକ ସରୋଜ ମେହେର କହିଥିଲେ।

Related posts

ଗୁଣି ସନ୍ଦେହରେ ଯୁବକଙ୍କୁ ହତ୍ୟା

Odisha Halchal

ଭାରତ ଆସିବେ ଜଷ୍ଟିନ୍ ବିବର! ଅକ୍ଟୋବରରେ ଦେବେ ପ୍ରସ୍ତୁତି, ଟିକେଟ୍ ୪୦୦୦ ଟଙ୍କାରୁ ଆରମ୍ଭ

Odisha Halchal

କ୍ୟୁଏସ୍‌ ୱାର୍ଲଡ ୟୁନିଭରସିଟି ରାଙ୍କିଂରେ “ସୋଆ, ମାନ୍ୟତା

Odisha Halchal

Leave a Comment