ଅପରାଧଓଡ଼ିଶା ଖବରନ୍ୟୁଜ୍

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

କଟକ:-୧୭ବର୍ଷପରେ ପରିବାରକୁ ମିଳିଲା ନ୍ୟାୟ ପୋଲିସ ଗୁଳିରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟଣା। ମୃତକଙ୍କ ପରିବାର ବର୍ଗକୁ ୭ଦିନ ଭିତରେ ୫୦ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଦେବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।୨୦୦୫ ମସିହାରେ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲି ଚଣ୍ଡୀଖୋଲ ପାରାଦ୍ୱୀପ ପୋର୍ଟ ଷ୍ଟ୍ରଷ୍ଟ ରାସ୍ତା ପ୍ରକଳ୍ପରେ ହିନ୍ଦୁସ୍ତାନ କନଷ୍ଟ୍ରକ୍ସନ କମ୍ପାନୀ ଅଧୀନରେ ଇଂଜିନିୟର ଭାବେ କାମ କରୁଥିଲେ।

୨୦୦୫ ମସିହା ନଭେମ୍ବର୨୮ତାରିଖ ରାତିରେ ଏହି କମ୍ପାନୀର ଜେନସେଟ ଅପରେଟରକୁ ପୋଲିସ ଉଠାଇନେଇଥିଲା। ଏହାର କାରଣ ଜାଣିବା ପାଇଁ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ସହ ଅନ୍ୟମାନେ ଚକ୍ରଧରପୁର ପୋଲିସ ଆଉଟ ପୋଷ୍ଟକୁ ଯାଇଥିଲେ। ତତ୍କାଳୀନ ଇନଚାର୍ଜ ମୁରଲୀଧର ସାହୁ ଗୁଳିଚଳାଇଥିଲେ।

ଏଥିରେ କଟକ ଜିଲ୍ଲା ସାଲେପୁର ଥାନା ରାଇସୁଙ୍ଗୁଡା ପଂଚାୟତ ଧୂଆଁସାହି ଗ୍ରାମର ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଥିଲା। ଏହା ଭିତରେ ୧୭ବର୍ଷ ପରେ ହାଇକୋର୍ଟ ଯୁବ ଇଂଜିନିୟର ସୟଦ ମମତାଜ ଅଲ୍ଲିଙ୍କ ପରିବାରକୁ ୫୦ଲକ୍ଷଟଙ୍କା ୭ଦିନ ଭିତରେ କ୍ଷ୍ୟତିପୂରଣ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶଦେଇଛନ୍ତି। ଏ ନେଇ ପରିବାରବର୍ଗ ମାନ୍ୟବାର ହାଇକୋର୍ଟକୁ ଧନ୍ୟବାଦ ଜଣାଇଛନ୍ତି।

Related posts

ପୋଲିସ ଅଧିକାରୀଙ୍କ ଅସଭ୍ୟ ଭାଷାରେ ଗାଳିଗୁଲଜ

Odisha Halchal

୪ଦଫା ଦାବିରେ ଜିଲ୍ଲା ବନ୍ଦ କଲେ କଂଗ୍ରେସ

Odisha Halchal

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ

Odisha Halchal

Leave a Comment