ଓଡ଼ିଶା ଖବରନ୍ୟୁଜ୍

ବରଯାତ୍ରୀ ନାଚୁଥିବା ବେଳେ ବଡ଼ ଅଘଟଣ

ବରଯାତ୍ରୀ ନାଚୁଥିବା ବେଳେ ବଡ଼ ଅଘଟଣ

ଖପ୍ରାଖୋଲ:-ଡିଜେ ବାଜୁଛି ବାଣ ଫୁଠୁଛି ଆଉ ଗୀତ ତାଳେ ତାଳେ ସମସ୍ତେ ଝୁମୁଛନ୍ତି ସେପଟେ ବିଭାହ ପାଇଁ ସମସ୍ତେ ଖୁସି ମନାଉଛନ୍ତି ସାଙ୍ଗ ସାଥି ବନ୍ଧୁ ବାନ୍ଧବ ଓ ପରିଜନ ଙ୍କ ସହ ଗୀତ ର ତାଳେ ତାଳେ ସମସ୍ତେ ଝୁମୁଛନ୍ତି କିନ୍ତୁ ହଟାତ ସବୁ ଶବ୍ଦ ନିଶବ୍ଦ ହେଇଗଲା ଆଉ କିଛି କ୍ଷୀଣ ମଧ୍ୟ ରେ ସବୁ କିଛି ବୁଝିବା ଆଗରୁ ଏକ ବଡ଼ ଅଘଟଣ ଘଟିଗଲା।

ବର ପାଇଁ ଆସିଥିବା ଗାଡି ଟି ବରଯାତ୍ରୀ ନାଚୁଥିବା ବେଳେ ସେମାନଙ୍କ ଉପରେ ଚଢି ଯାଇଥିଲା ସେତେବେଳେ କିଛି ବୁଝିବା ଆଗରୁ ସବୁ କିଛି ସରିଯାଇଥିଲା ଗ୍ରାମ ର ରାଜ ବରିହା ନାମକ ଜଣେ ଯୁବକ ଙ୍କ ଜୀବନ ଯାଇଥିବା ବେଳେ ଘଟଣା ସ୍ଥଳେ ଆଠ ଜଣ ଗୁରୁତର ହେଇଥିଲେ। ଗ୍ରାମବାସୀ ମାନଙ୍କ ସାହାଯ୍ୟ ରେ ଗୁରୁତର ମାନଙ୍କୁ ଖପ୍ରାଖୋଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାଂତର କରାଯାଇଥିଲା।

ସେପଟେ କନ୍ୟା ଘରେ ସମସ୍ତ ବ୍ୟବସ୍ତା ଶେଷ ପର୍ଯ୍ୟାୟ ରେ ଲାଗିଥିବା ବେଳେ ଏପଟେ ବର ଗାଡି କୁ ନଆସିବା ଆଗରୁ ସବୁକିଛି ସ୍ଥିତି ବଦଳି ଯାଇଥିଲା।ଘଟଣା ସ୍ଥଳେ ପୋଲିସ ପହଂଚି ସବ କୁ ଜବତ କରି ପୋଷ୍ଟ ମୋଟମ ପାଇଁ ପଠାଇ ଥିଲା। ଏମିତି ଏକ ଅଘଟଣ ଘଟିଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ର ବାଘଝରଣ ଗାଁ ର ଘଟଣା, ଏହି ଘଟଣା ପରେ ସମସ୍ତେ ଗଟେ ପ୍ରକାର ଶବ୍ଦ ହେଇଯାଇଥିଲା ସୂଚନା ମୁତାବକ ପରିବର୍ତ୍ତି ସମୟ ରେ ବିଭାହ କାର୍ଯ୍ୟ ସମ୍ପୂର୍ଣ ହେଇଥିଲା।

Related posts

ୟୁକ୍ରେନ୍ ରୁ ଭାରତ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତରେ କରିବେ ଇଣ୍ଟର୍ଣ୍ଣସିପ୍‌, ସର୍କୁଲାର ଜାରି କଲା ଜାତୀୟ ମେଡିକାଲ କମିଶନ

Odisha Halchal

ଓଲଟିଲା ପିକଭ୍ୟାନ୍ରୁ ଦୁଇ ମୃତ 9ଗୁରୁତର ମେଡିକାଲ୍ବରେ ଭର୍ତି

Odisha Halchal

ତାମିଲକୁ ମିଳୁ ହିନ୍ଦୀ ସମାନ ଅଧିକାର, ମୁଖ୍ୟମନ୍ତ୍ରୀ ଷ୍ଟାଲିନ

Odisha Halchal

Leave a Comment