ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଓ ଗୁଳିରେ ୨ ଯବାନ ସହୀଦ

ମାଓ ଗୁଳିରେ ୨ ଯବାନ ସହୀଦ

ମାଲକାନଗିରି:-ମାଲକାନଗିରି ଜିଲ୍ଲା ସୀମାନ୍ତ ବରତାଲାବ ନିକଟରେ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ସହିଦ ହୋଇଛନ୍ତି।ଏଭଳି ଦୁଃଖଦ ଖବର ଆସିଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ବରତାଲାବ ନିକଟରୁ ।ମାଓ ଗୁଳିରେ ଦୁଇ ଯବାନ ସହିଦ ହୋଇଛନ୍ତି। ଜିଲ୍ଲା ସୀମାନ୍ତ ବରତାଲାବ ନିକଟରେ ଏକ ମଟରସାଇକେଲ ଯୋଗେ ୨ ଯବାନ ଯାଉଥିଲେ ନିଜ କାର୍ଯ୍ୟକୁ ।

ଠିକ ଏହି ସମୟରେ ମାଓ ଗୁଳିରେ ବରତାଲାବ ଥାନାର ଦୁଇ ଯବାନ ସହିଦ ହୋଇଛନ୍ତି।। ଏହି ଘଟଣା ପରେ ପୋଲିସ ପକ୍ଷରୁ କୁମ୍ବିଂ ଅପରେସନ କୁ ଜୋରଦାର କରାଯାଇଛି। ଆଜି ୨ ଯବାନ ଥାନାକୁ ଡ୍ୟୁଟି କରିବା ପାଇଁ ବାହାରିଥିଲେ ମଟରସାଇକେଲ ଯୋଗେ। ଠିକ ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ଅତର୍କିତ ଫାଇରିଂ କରିଥିଲା। ତେବେ ଦୁଇ ଯବାନ ମଧ୍ୟ ବାଇକ ରୁ ଓହ୍ଲାଇ ମାଓବାଦୀ ଉପରେ କାଉଣ୍ଟର ଫାଇରୀଙ୍ଗ କରିଥିଲେ ।

ତେବେ ଘଟଣା ସ୍ଥଳରେ 50 ରୁ ଅଧିକ ମାଓବାଦୀ ଆମ୍ବୁସ କରି ଫସାଇ ଦେଇଥିଲେ ଯବାନ ଙ୍କୁ। ତେଣୁ ମୁକୁଳିବା ଅସମ୍ଭବ ଥିଲା। ତଥାପି ଯବାନ ନିଜ ଜୀବନ କୁ ଖାତିର ନକରି ମାଓବାଦୀ ଉପରେ ଫାଇରୀଙ୍ଗ କରିଥିଲେ। ଏଥିରେ କିଛି ମାଓବାଦୀ ଆହତ ହୋଇଥିବା ଆଶଙ୍କା କରୁଛି ପୋଲିସ। ତେବେ ୫୦ରୁ ଅଧିକ ମାଓବାଦୀଙ୍କ ଆମ୍ବୁସ ଭିତରେ ଫସି ଯାଇଥିଲେ ଉଭୟ। ଘଟଣା ସ୍ଥଳରେ ସୁରକ୍ଷା ବାହିନୀ ତରଫରୁ କୁମ୍ଭୀଙ୍ଗ ସହିତ ସର୍ଚ ଅପରେସନ କୁ ଜୋରଦାର କରାଯାଇଛି।

Related posts

ଜାତୀୟ ରାଜପଥ ଅବରୋଧ କଲେ ଶତାଧୀକ ଚାଷୀ

Odisha Halchal

ଧାନଖରୀରେ ଲାଗିଲା ନିଆଁ

Odisha Halchal

ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ 4 ସପ୍ତାହ ହେବ ଇମ୍ୟୁନାଇଜେସନ ସେବା ବନ୍ଦ

Odisha Halchal

Leave a Comment