ବଲାଙ୍ଗୀର:-ପୁଲୱାମାରେ ଆତଙ୍କବାଦୀ ଆକ୍ରମଣର ସହିଦ CRPF ଯବାନ ମାନଙ୍କୁ ବଲାଙ୍ଗୀର ସ୍ଥିତ 189 ବାଟାଲିୟନ CRPF ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଏଥିପାଇଁ CRPF ମୁଖ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଯବାନ, ବିଭିନ୍ନ NGO ର ସ୍ୱେଚ୍ଛାସେବୀ ଓ ସମାଜସେବୀ ଯୋଗ ଦେଇଥିଲେ ।
କମାଣ୍ଡାଣ୍ଟ ପୱନ କୁମାର ତିୱାରୀ ମହମବତୀ ଲଗାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ପୱନ କୁମାର ତିୱାରୀ କହିଥିଲେଯେ, 4 ବର୍ଷ ପୂର୍ବେ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ 44 ଜଣ CRPF ଯବାନ ସହିଦ ହୋଇଥିଲେ ।
ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକି ସାହୁ ଏବଂ ସମାଜସେବୀ ଶ୍ରୀମତୀ ସରସ୍ୱତୀ ନନ୍ଦ ଉପସ୍ଥିତ ରହି ସ୍ୱାଧୀନତା ସଂଗ୍ରାମୀଙ୍କ ନୈତିକ ମୂଲ୍ୟବୋଧ, ମାନବୀୟ ଆଚରଣ ଏବଂ ବଳିଦାନ ଉପରେ ବକ୍ତବ୍ୟ ଦେଇଥିଲେ । ଏହି ଅବସରରେ ସମାଜସେବୀ ଶ୍ରୀମତୀ ସରବାନୀ ମହେକ, ମୁଜିବ ଅଲି, ଡେପୁଟି କମାଣ୍ଡାଣ୍ଟ, ଡକ୍ଟର ରାକେଶ କୁମାର ଶର୍ମା, ଏସଏମ ଓ ଶ୍ରୀମତୀ ନୀନା ଶର୍ମା, କମାଣ୍ଡାଣ୍ଟ,, CRPF ର ଅନ୍ୟ ଅଧିକାରୀ ଏବଂ ଯବାନ ଉପସ୍ଥିତ ଥିଲେ ।