ଓଡ଼ିଶା ଖବରନ୍ୟୁଜ୍

ଆଧାର ନ ଥିବାରୁ ପେନସନ ରୁ କଟିଲେ ବିକଳାଙ୍ଗ

ଆଧାର ନ ଥିବାରୁ ପେନସନ ରୁ କଟିଲେ ବିକଳାଙ୍ଗ

ସରକାର ଗରିବ ଲୋକ ବୃଦ୍ଧା,ବିଧବା,ବିକଳାଙ୍ଗ ମାନଙ୍କ ପାଇଁ ପେନସନ ବ୍ୟବସ୍ଥା କରିଛନ୍ତି l ସେମାନଙ୍କୁ ମାସିକ 500 ଟଙ୍କା ଓ 80 ବର୍ଷ ରୁ ଅଧିକ ଲୋକଙ୍କୁ 700 ଟଙ୍କା ପର୍ଯ୍ୟନ୍ତ ଭତା ପ୍ରଦାନ କରାଯାଉଛି l ଏହି ଯୋଜନା ରେ ସ୍ବଚ୍ଛତା ଆଣିବାକୁ ପ୍ରତ୍ୟକ ପେନସନ ହିତାଧିକାରୀ ଙ୍କ ଆଧାର କାର୍ଡ ସଂଲଗ୍ନ କରିବା ଏବଂ ସମସ୍ତଙ୍କୁ ଡିଡିଟି ବା ବ୍ୟାଙ୍କ ଜରିଆରେ ଦିଆଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଫଳରେ ଅନେକ ହିତାଧିକାରୀ ସେଥିରୁ ବଞ୍ଚିତ ହେଉଛନ୍ତି l

ଏହି ଭଳି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଳକ ମେଣ୍ଟ୍ରି ସଦର ପଞ୍ଚାୟତ ଠାରେ l ସୂଚନା ଅନୁଯାଇ କମଳା ବିଷୋୟୀ ବୟସ ୭୦ ସ୍ୱା କେଶବ ବିଷୋୟୀ ଆଖି ଦିଶୁ ନ ଥିବାବେଳେ ଚାଲି ମଧ୍ୟ ପାରୁ ନାହାଁନ୍ତି । ସେହିଭଳି ଯମୁନା ସାହୁ ବୟସ ୧୮ ଏବଂ କୁନ୍ତୀ ସାହୁ ବୟସ ୧୬ ପିତା – ଯେମଦାର ସାହୁ ଏମାନେ ଜନ୍ମ ରୁ ବିକଳଙ୍କ ଚାଲି ବୁଲି ପାରୁ ନାହାଁନ୍ତି । ସେମାନଙ୍କୁ ଆଗରୁ ପେନସନ ମିଳୁଥିଲା କିନ୍ତୁ ଦୁଃଖ ଓ ପରିତାପ ର ବିଷୟ ଆଧାର କାର୍ଡ ନ ଥିବାରୁ ସ୍ଥାନୀୟ ପିଇଓ ପେନସନ ଦେବାପାଇଁ ମନା କରିଥିବା କହିଛନ୍ତି l ଆଧାର କାର୍ଡ କରିବା ପାଇଁ ବିଭିନ୍ନ ସ୍ଥାନ ରେ ଗଲା ପରେ ହାତ ଆଖି ଆସୁ ନଥିବାରୁ ସେମାନଙ୍କ ଆଧାର କାର୍ଡ ହେଇପାରୁ ନାହିଁ l ସେମାନଙ୍କର ଅର୍ଣ ପୂର୍ଣ୍ଣା ଯୋଜନା ମଧ୍ୟ କଟି ଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ l

ବର୍ତ୍ତମାନ ଏହି ବିକଳାଙ୍ଗ ମାନେ କଣ ଆଧାର କାର୍ଡ ନଥିବା ଯୋଗୁଁ ସରକାର ଙ୍କ ବିଭିନ୍ନ ଯୋଜନା ରୁ ବଞ୍ଚିତ ହେବ କି ବୋଲି ପ୍ରଶ୍ନ ବାଚି ସୃଷ୍ଟି ହେଉଛି। ବର୍ତ୍ତମାନ ସେମାନେ କରିବେ ବା କଣ କାହା ପାଖରେ ଗୁହାରି କରିବେ , ଚଳିବେ କଣ ସେମାନଙ୍କ ପାଇଁ ତୁରନ୍ତ ସମାଧାନ କରିବା ପାଇଁ ସାଧାରଣ ରେ ଚର୍ଚ୍ଚା ହେବାସହ ବୁଦ୍ଧିଜୀବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପରିବାର ଲୋକେ ଏହାର ସମାଧାନ କରି ପେନସନ ଦେବାର ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି l ଦେଖିବାର ବାକି ରହିଲା ପ୍ରଶାସନ ଦ୍ବାରା କେବେ ଏହାର ସମାଧାନ କରାଯାଉଛି ତାହା ଦେଖିବାକୁ ବାକି ରହିଲା।

Related posts

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

Odisha Halchal

ପୋଲିସ ପକ୍ଷରୁ ଯାନବାହନ ଚେକିଂ କଡାକଡି

Odisha Halchal

୩୧୭ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ, ଜଣେ ଗିରଫ

Odisha Halchal

Leave a Comment