ଓଡ଼ିଶା ଖବରନ୍ୟୁଜ୍

ମାଛ ଜଳରେ ମହାଦେବ

ମାଛ ଜଳରେ ମହାଦେବ

(ନୂଆପଡା ଜିଲ୍ଲା ଚେତୁରାମ ପ୍ରଧାନୀଙ୍କ ରିପୋର୍ଟ ) -: ନୂଆପଡା ଜିଲ୍ଲା କୋମନା ବ୍ଲକ କୋନାବିରା ପଞ୍ଚାୟତ ବିଲେଞ୍ଜର ଗା କଲୋନୀପଡା ର କିଛି ଲୋକ ନିକଟସ୍ଥ ପୋଖରୀରେ ମାଛ ମାରି ପରିବାର ପ୍ରତିପୋଷଣ କରୁଥିବାବେଳେ ତାଙ୍କ ଜଳରେ ମହାଦେବ ଙ୍କ ଦର୍ଶନ ମିଳିଥିବା ଚର୍ଚ୍ଚାର ବିଷୟ ହୋଇଛି ।
ମାଛ ମାରୁଥିବା ସମୟରେ ଜଳରେ ମହାଦେବଙ୍କ ମୂର୍ତ୍ତି ଲାଗିଯାଇଥିବା ବେଲେ ସେହି ମୂର୍ତ୍ତି କୁ ଏକ ସ୍ଥାନରେ ସ୍ଥାପନ କରି ସେମାନେ ପୂଜାର୍ଚନା କରୁଛନ୍ତି ।ଦିନକ ତଳେ ଗାଁ ର ଘନଶ୍ୟାମ ଜଗତ, ବିଷ୍ଣୁ ନିଆଲ, ମଟର ପାଣ୍ଡେ, ଗୁପ୍ତ ପାଣ୍ଡେ, ହରେକୃଷ୍ଣ ବରିହା, ସୁଶାନ୍ତ ଜଗତ, ଉପେନ୍ଦ୍ର ପାଣ୍ଡେ, ପ୍ରମୁଖ ପୋଖରୀରେ ମାଛ ମାରୁଥିବା ସମୟରେ ସାପ ଓ ମହାଦେବଙ୍କ ମୂର୍ତ୍ତି ଜଳରେ ପଡିଥିଲା । ଏହାକୁ ଭଗବାନଙ୍କ ଅଭିଭାବ ବୋଲି ସମ୍ପୃକ୍ତ ବ୍ୟକ୍ତିମାନେ ନିଜପାଖରେ ରଖିଥିଲେ । ପରେ ଗ୍ରାମବାସୀ ବିଚାର କରି ପୋଖରୀ ହୁଡ଼ାରେ ରଖି ପୂଜାର୍ଚନା କରୁଛନ୍ତି ।ଏହାକୁ ଦେଖିବାକୁ ଭକ୍ତମାନଙ୍କ ପ୍ରବଳ ଭିଡ ହେଉଛି

Related posts

ପ୍ରେମିକାଙ୍କୁ ଘରକୁ ପଶାଇ ଦେଉ ନାହିଁ ପ୍ରେମିକ

Odisha Halchal

ବର୍ଷା ଋତୁରେ ହୁଏ କେଶ ସମସ୍ୟା : କେଶ ଝଡ଼ିବାରୁ ମୁକ୍ତି ପାଇବାକୁ ଲଗାନ୍ତୁ ଏହି ୩ଟି ତେଲ

Odisha Halchal

ଆମେରିକୀୟ ବାୟୁସେନାରେ ତିଲକ ଲଗାଇ ଡ୍ୟୁଟି କରିପାରିବେ ଭାରତୀୟ ମୂଳ ନିବାସୀ

Odisha Halchal

Leave a Comment