ଓଡ଼ିଶା ଖବରନ୍ୟୁଜ୍

କଲେଜ ଛାତ୍ରୀ ର ଆତ୍ମହତ୍ଯା କୁ ନେଇ ଥାନା ରେ ଅଭିଯୋଗ

କଲେଜ ଛାତ୍ରୀ ର ଆତ୍ମହତ୍ଯା କୁ ନେଇ ଥାନା ରେ ଅଭିଯୋଗ

କେନ୍ଦ୍ରାପଡ଼ା:-(ନି:ପ୍ର: ଓଡିଶା ହାଲଚାଲ ) ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟ ମହାକାଳପଡ଼ା ର ଯୁକ୍ତ ଦୁଇ ଦିତୀୟ ବର୍ଷ ର  ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ  ଛାତ୍ର,ଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା  ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି l  ସୁଚନା ରୁ ଜଣାପଡଛି କେତେଜଣ ଛାତ୍ରୀ ଶିଖର ଗ୍ରାମରେ  ମେସେ କରି ରହି ଆସୁଥିବା ବେଳେ ମଙ୍ଗଳବାର  ସକାଳୁ   ଜଣେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି  ।

ମୃତ ଛାତ୍ରୀ ଜଣକ ମହାକାଳପଡ଼ା ଥାନା ଅଞ୍ଚଳ ବଳିପାଳ ଗ୍ରାମ ନରହରି ଦାସ ଙ୍କ ଏକମାତ୍ର କନ୍ୟା ନନ୍ଦିନୀ ଦାସ  ବୋଲି ଜଣାପଡିଛି l ସରସ୍ବତୀ ପୂଜା ନିମନ୍ତେ ଘରକୁ ଯାଇ ହସି ଖେଳି ସୋମବାର ଦିନ ମେସକୁ ଫେରିଥିବା  ବେଳେ ମଙ୍ଗଳବାର ଦିନ ସକାଳୁ  ହଠାତ  ଝିଅର ଆତ୍ମହତ୍ୟା  ଖବର ପାଇ ପରିବାର ଲୋକେ ହତବାକ ହେବାକଥା ପିତା ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି l   ଛାତ୍ରୀ ଜଣକ ମେସ ଘର ଫ୍ୟାନରେ ଚୁନି ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ l

ଏହି ଘଟଣା ଜାଣିବା ପରେ ଆହତ ଛାତ୍ରୀଙ୍କୁ  ଉଦ୍ଧାର କରାଯାଇ  ଚିକିତ୍ସା ପାଇଁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ନିଆଯାଇଥିଲା l ଛାତ୍ରୀ ମେଡ଼ିକାଲରେ ପହଂଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l  ଅନ୍ୟପକ୍ଷରେ ନନ୍ଦିନୀଙ୍କ ପିତା ଝିଅ ଆତ୍ମ ହତ୍ୟାର  ର କାରଣ ଅସ୍ପଷ୍ଟ ନେଇ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ମହାକାଳପଡ଼ା ପୋଲିସ    କେନ୍ଦ୍ରାପଡା ଜିଲ୍ଲା ହସ୍ପିଟାଲ କୁ  ଶବ ବ୍ୟବଛେଦ ପାଇଁ ପଠାଇଥିବା ବେଳେ   ମୃତ୍ୟୁ ର  କାରଣ ନେଇ ଅନୁସନ୍ଧାନ ଜାରି  ରଖିଥିବାର ଜଣାପଡିଛି l

Related posts

ସୀମାନ୍ତ ଆନ୍ଧ୍ରରୁ ଗିରଫ ହେଲେ ମାଓ ସମର୍ଥକ।

Odisha Halchal

ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି କଲେ ରାଜ୍ୟ ସରକାର

Odisha Halchal

ସପ୍ତମ ଶ୍ରେଣୀ ଝିଅକୁ ବିବାହ ର ପ୍ରଲୋଭନ ଦେଖାଇ ଦୁଷ୍କର୍ମ

Odisha Halchal

Leave a Comment