ଓଡ଼ିଶା ଖବରନ୍ୟୁଜ୍

ପୁଣି କାନ୍ଧରେ ବୁହା ହେଲା ଗର୍ଭବତୀ ମହିଳା

ପୁଣି କାନ୍ଧରେ ବୁହା ହେଲା ଗର୍ଭବତୀ ମହିଳା

ମାଲକାନଗିରି:-(ଜି:ପ୍ର: ଓଡିଶା ହାଲଚାଲ ) ପୁଣି ଜନନୀ ଯନ୍ତ୍ରଣା ଚିତ୍ର ସାମ୍ନାକୁ ଆସିଲା। ଦିର୍ଘ ୮ କିଲୋମିଟର କାନ୍ଧରେ ବୋହି ନେଲେ ଗର୍ଭବତୀ ମହିଳାଙ୍କୁ ।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ପାପୁଲୁର ପଞ୍ଚାୟତର ନାଏଡ଼ାଗୁଡା଼ ଗ୍ରାମରୁ ଆସିଛି ଏଭଳି ଅଭାବନୀୟ ଘଟଣା।

ଭାନୁ ଶୀଶା ନାମକ ମହିଳାଙ୍କୁ ତାଙ୍କ ସ୍ୱାମୀ ରାମଚନ୍ଦ୍ର ଦିର୍ଘ କିଲୋମିଟର ସମ୍ପର୍କୀୟଙ୍କ ସହିତ ୮କିଲୋମିଟର ରୁ ଉର୍ଦ୍ଧ୍ବ ରାସ୍ତା କାନ୍ଦରେ ବୋହି ନେଇଥିଲେ।ନିଜ ସ୍ତ୍ରୀଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ନିକଟସ୍ତ ପାପୁଲୁର ମେଡିକାଲ ରେ ଫୋନ ଯୋଗେ ଯୋଗାଯୋଗ କରିଥିଲେ। କିନ୍ତୁ କତ୍ତୃପକ୍ଷ ଆମ୍ବୁଲାନ୍ସ ଆସିବା ମନାକରିବାରୁ ଏକ ଟୋକୋଇ ମାଧ୍ୟମରେ ୮ କିଲୋମିଟର ବୋହି ବୋହି ଆଣିଥିଲେ।

ବୋହି ଆଣିବା ସମୟରେ ବାଟରେ ମହିଳାଙ୍କୁ ପ୍ରସବ ବେଦନା ଆରମ୍ଭ ହୋଇଥିଲା ଯେଉଁଥିପାଇଁ ମହିଳା ଜଣଙ୍କ ରାସ୍ତାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ, ପରେ ମହିଳାଙ୍କ ଦେହ ଅଧିକ ଅସୁସ୍ଥ ହୋଇ ପଡ଼ିଥିବାରୁ ପାପୁଲୁର ମେଡିକାଲରେ ତାଙ୍କୁ ନିଆଯାଇଥିଲା। ପ୍ରସବ ପରେ ପାପୁଲୁର ମେଡିକାଲ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ,ବା ଆମ୍ବୁଲାନ୍ସ ଡ୍ରାଇଭର ନଥିବାରୁ ଗାଡ଼ି ପାଇଁ ରାସ୍ତାରେ ଅପେକ୍ଷା କରୁଥିଲେ। ଏହି ସମୟରେ ଚିତ୍ରକୋଣ୍ଡା ମେଡିକାଲ ଆଡ଼କୁ ଯାଉଥିବା ଏକ ଆମ୍ବୁଲାନ୍ସରେ ଚଢ଼ି ଚିତ୍ରକୋଣ୍ଡା କୁ ଆସିଥିବା ଜଣାପଡିଛି।

Related posts

ହାତୀ ଘଉଡ଼ାଇବାକୁ ଯାଇ ଜଣଙ୍କ ଜୀବନ ଗଲା

Odisha Halchal

୧୭ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ

Odisha Halchal

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal

Leave a Comment